୨୦୦ ସାଥୀ କଳାକାରଙ୍କ ସହ ନାଚିବେ ଆଲିଆ

୨୦୦ ସାଥୀ କଳାକାରଙ୍କ ସହ ନାଚିବେ ଆଲିଆ

DNA India

ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଠିଆଵାଡି’ ପାଇଁ ପୂର୍ବ ପ୍ରସ୍ତୁତି ଚଳାଇଛନ୍ତି। ବିଶେଷକରି ଏହି ଚଳଚ୍ଚିତ୍ରର ଗୀତ ପାଇଁ ସେ କଠିନ ପରିଶ୍ରମ କରୁଥିବା ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ସଂଜୟ ଲୀଲା ଭଂଶାଲିଙ୍କ ନିର୍ଦ୍ଦେଶନାରେ ସୁଟିଂ ହେବାକୁ ଥିବା ଏହି ଚଳଚ୍ଚିତ୍ରର ଏକ ଗୀତରେ ଆଲିଆ ୨୦୦ ସାଥୀ କଳାକାରଙ୍କ ସହ ନାଚିବେ। ଯାହା ବି-ଟାଉନ୍‌ ଇତିହାସରେ ପୂର୍ବରୁ କେବେ ହୋଇନାହିଁ। ଚଳଚ୍ଚିତ୍ରରେ ଆକ୍ସନ, କମେଡି ଅପେକ୍ଷା ଗୀତ ଓ ନୃତ୍ୟକୁ ବେଶି ପ୍ରାଧାନ୍ୟ ଦେଉଥିବା ସଂଜୟ ପୂର୍ବରୁ ଦେବଦାସ, ରାମଲୀଲା, ପିଙ୍ଗା ଗା ପୋରି ଭଳି ଗୀତର ନିର୍ଦ୍ଦେଶନା ଦେଇ ଖୁବ୍ ପ୍ରଂଶସା ସାଉଁଟିଛନ୍ତି। କୁହାଯାଉଛି ଯଦି ‘ଗଙ୍ଗୁବାଇ କାଠିଆଵାଡି’ ଚଳଚ୍ଚିତ୍ରରେ ଏହା(୨୦୦ ସାଥୀ କଳାକାର ନାଚିବା) ସମ୍ଭବ ହୁଏ, ତେବେ ଏହା ଇତିହାସ ରଚିବ। ଚଳଚ୍ଚିତ୍ରଟି ହୁସେନ୍ ଜାଇଦିଙ୍କ ପୁସ୍ତକ ମାଫିଆ କୁଇନ୍ସ ଅଫ୍ ମୁମ୍ବାଇ ପୁସ୍ତକର ଗଙ୍ଗୁବାଇ କୋଠେଵାଲିରୁ ଉଦ୍ଧାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe