ଆଲିଆ ଭଟ୍ଟଙ୍କୁ କ୍ଷମା ମାଗିବାକୁ ଚାହାଁନ୍ତି କରଣ ଜୋହର, ଜାଣନ୍ତୁ କାହିଁକି

ଆଲିଆ ଭଟ୍ଟଙ୍କୁ କ୍ଷମା ମାଗିବାକୁ ଚାହାଁନ୍ତି  କରଣ ଜୋହର, ଜାଣନ୍ତୁ କାହିଁକି

photo-indiatoday

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ଆଲିଆ ଭଟ୍ଟଙ୍କୁ ପୁଣି କ୍ଷମା ମାଗିବାକୁ ଚାହାଁନ୍ତି ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର ! କଥାଟା କାନକୁ ଭଲ ଶୁଭୁ ନଥିଲେ ବି ନିହାତି ସତ। କାରଣ ସେହି କରଣ ଜୋହର ହିଁ ଆଲିଆଙ୍କୁ ବଲିଉଡରେ ବ୍ରେକ୍‌ ଦେଇଥିଲେ ତାଙ୍କ ସିନେମା ‘ଦି ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌’ରେ। ଏବେ ପୁଣି କ’ଣ ଏମିତି ହେଲା ଯେ ମେଣ୍ଟର ଆଲିଆଙ୍କୁ କ୍ଷମା ମାଗିବେ ବୋଲି କହୁଛନ୍ତି।

ହଁ କଥାଟା ହେଲା ଯେ ଆଜିକାଲି କରଣ ଜୋହର ରେଡିଓରେ ବି ସକ୍ରିୟ ଅଛନ୍ତି। ସେ ଏଥିରେ ଶ୍ରୋତାଙ୍କ ପ୍ରଶ୍ନର ଉତ୍ତର ବି ଦେଉଛନ୍ତି। ଟେଲିଭିଜନ୍‌ ରିଆଲିଟି ସୋ’ରେ ଷ୍ଟାରମାନଙ୍କୁ ରାପିଡ୍‌ ଫାୟାରରେ ପ୍ରଶ୍ନ କରି ହଇରାଣ କରନ୍ତି କରଣ ଜୋହର । ହେଲେ ଏଥର ଶ୍ରୋତାଙ୍କ ପ୍ରଶ୍ନରେ ନିଜେ ଘାଇଲା ହୋଇ ଯାଇଛନ୍ତି ସେ।

publive-image photo-indianspice.co.za

ସେ କହିଛନ୍ତି ଯେ ଯେତେବେଳେ ଆଲିଆ ଭଟ୍ଟଙ୍କୁ ସିନେମା ‘ଦି ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର୍‌’ରେ ନାୟିକା ଭୂମିକାଲାଗି ମନୋନୀତ କରିଥିଲେ ସେତେବେଳେ ତାଙ୍କୁ ନିଜର ଓଜନ କମାଇବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଏହା ତାଙ୍କର ଭୁଲ ଥିଲା ବୋଲି କରଣ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ନିଜ ଝିଅକୁ ସେ ଏକଥା କହି ପାରିବେନି। ଏହି କଥାଲାଗି ବଲିଉଡର ଲୋକପ୍ରିୟ ନାୟିକା ଆଲିଆ ଭଟ୍ଟଙ୍କୁ କ୍ଷମା ମାଗିବାକୁ ଚାହାଁନ୍ତି ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe