ଆଲିଆ ଭଟ୍ଟଙ୍କ ଏହି ଫଟୋ ଦେଖି ଚମକି ଉଠିବେ ବୟଫ୍ରେଣ୍ଡ ସିଦ୍ଧାର୍ଥ !

Advertisment
ଆଲିଆ ଭଟ୍ଟଙ୍କ ଏହି ଫଟୋ ଦେଖି ଚମକି ଉଠିବେ ବୟଫ୍ରେଣ୍ଡ ସିଦ୍ଧାର୍ଥ !

photo-amarujal

ମୁମ୍ବାଇ: ଆଲିଆ ଭଟ୍ଟ ବଲିଉଡର ଜଣେ ନାମୀ ନାୟିକା । ତାଙ୍କ ହାତରେ ଏବେ ‘ ଗୁଲ୍ଲି ବଏଜ୍‌’ ଓ ‘ ବ୍ରହ୍ମାସ୍ତ୍ର’ ଭଳି ଫିଲ୍ମ ରହିଛି । ତେବେ ଆଲିଆ ଅନେକ ସମୟରେ ନିଜ ଅଭିନୀତ ସିନେମା ପାଇଁ ନୁହେଁ, ବରଂ ନିଜର ବ୍ୟକ୍ତିଗତ ବ୍ୟାପାରକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି ।

ଆଲିଆ ଭଟ୍ଟ ସଂପ୍ରତି ଜଣାଶୁଣା ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ସହିତ ପ୍ରେମ ସଂପର୍କରେ ଅଛନ୍ତି। ଦୁହିଁଙ୍କର ମଝିରେ ବ୍ରେକ୍‌ଅପ୍‌ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା, କିନ୍ତୁ ପରେ ପୁଣି ସିଦ୍ଧାର୍ଥ ଓ ଆଲିଆ ସେମାନଙ୍କର ରୋମାନ୍ସ ଜାରି ରଖିବେ ।ବଲିଉଡ଼୍‍ର ଲଭବାର୍ଡ଼ସ ସିଦ୍ଧାର୍ଥ ମାଲହୋତ୍ରା ଓ ଆଲିୟା ମଟ୍ଟଙ୍କ ଆଫେଆରକୁ ନେଇ ଚର୍ଚ୍ଚା  ଲାଗି ରହିଛି। ଏ ଦୁହେଁ କରଣ ଜୋହରଙ୍କ ସୁପର୍‌ହିଟ୍‌ ଫିଲ୍ମ ‘ଦ ଷ୍ଟୁଡ଼େଣ୍ଟ୍‌ ଅଫ୍‌ ଦି ଇୟର୍‌’ସିନେମା ଜରିଆରେ ଡ଼େବ୍ୟୁ କରିଥିଲେ।
ସିଦ୍ଧାର୍ଥ ଓ ଆଲିଆ ଖୁବ୍‌ ଅନ୍ତରଙ୍ଗ ମିଳାମିଶା କରିଥା’ନ୍ତି।ଏପରିକି ସେ ଦୁହେଁ ସାଙ୍ଗ ହୋଇ ବିଦେଶ ଭ୍ରମଣରେ ବି ଯାଇଛନ୍ତି। ସେଥିରୁ ଅନୁମାନ କରାଯାଉଥିଲା ଯେ ଏ ଦୁହିଁଙ୍କ ଭିତରେ ସଂପର୍କ ମଜ୍‌ଭୁତ। ହେଲେ ମଝିରେ ଚର୍ଚ୍ଚା ହେଲା ଯେ ଉଭୟଙ୍କ ର ବ୍ରେକ୍‌ଅପ୍‌ ହୋଇଯାଇଛି। ବିଶେଷ କରି ‘ଏ ଜେଣ୍ଟାଲ୍‌ ମ୍ୟାନ୍‌’ଫିଲ୍ମର ସୁଟିଂ ସମୟରେ ସିଂହଳୀ ସୁନ୍ଦରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ସହିତ ସିଦ୍ଧାର୍ଥ ମାଲହୋତ୍ରାଙ୍କର ପ୍ରେମସଂପର୍କ ଗଢ଼ି ଉଠିଛି ବୋଲି ଚର୍ଚ୍ଚା ହେଲା।ଦୁହେଁ କେତେକ ସ୍ଥାନରେ ଏକାଠି ବି ଯିବା ଆସିବା କରିବାର ଦେଖିବାକୁ ମିଳିଥିଲା। କୁହାଗଲା ଯେ ସିଦ୍ଧାର୍ଥ ଆଲିଆଙ୍କୁ ଛାଡ଼ି ଜାକ୍‌ଲିନ୍‌ଙ୍କ ପାଇଁ ପୁରା ପାଗଳ!

publive-image photo-navbharattimes

ଏକଥାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ ଆଲିଆ ଭଟ୍ଟ।କିଛି ଦିନ ହେବ ଉଭୟଙ୍କ ଭିତରେ କଥାବାର୍ତ୍ତା ବି ନଥିଲା। ଏବେ ଶୁଣିବାକୁ ମିଳୁଛି ଯେ,କରଣ ଜୋହରଙ୍କ ପରାମର୍ଶରେ ସିଦ୍ଧାର୍ଥ ଓ ଆଲିଆ ସେମାନଙ୍କ ରୋମାନ୍‌ସକୁ ଆଉ ଏକ ସୁଯୋଗ ଦେବା ପାଇଁ ରାଜି ହୋଇଛନ୍ତି। କୁହାଯାଉଛି ଯେ ନିକଟରେ ଶାହରୁଖ୍‌ ଖାନ୍‌ଙ୍କ ବାର୍ଥ ଡ଼େ ସେଲିବ୍ରେସନ୍‌ ପାର୍ଟିରେ ଉଭୟ ସିଦ୍ଧାର୍ଥ ଓ ଆଲିଆ ଅଲଗା ଅଲଗା ହୋଇ ଆସିଥିଲେ। ସେ ଦୁହିଁଙ୍କର ସ୍ଥିତିକୁ ଦେଖି ଉଭୟଙ୍କର ମେଣ୍ଟର କରଣ ଜୋହର ଦୁହିଁଙ୍କୁ ଏକାଠି ନେଇ ଆଲୋଚନା କରିଥିଲେ।ଏଥିରେ ଆଲିଆ ବିଶେଷ ଉତ୍‌କ୍ଷିପ୍ତ ହୋଇଥିଲେ, କାରଣ ସିଦ୍ଧାର୍ଥଙ୍କ ଉପରୁ ତାଙ୍କର ଭରସା ତୁଟିଯାଇଛି ବୋଲି ସେ କହିଥିଲେ। ହେଲେ କରଣ ଜୋହର୍‌ ଆଲିଆଙ୍କୁ ବୁଝାଇ ସୁଝାଇ ରାଜି କରାଇଥିଲେ। ସେ ଦୁହେଁ ପୁଣି ପ୍ରେମସଂପର୍କରେ ରହି ନିଜ ଜୀବନକୁ ଉପଭୋଗ କରିବେ।
କିନ୍ତୁ ଏବେ ଆଲିଆ ଏମିତି ଏକ ଫଟୋ ସୋସିଆଲ୍‌ ମିଡିଆରେ ସେଆର୍‌ କରିଛନ୍ତି, ଯାହାକୁ ଦେଖି ବୟଫ୍ରେଣ୍ଡ୍‌ ସିଦ୍ଧାର୍ଥ ମାଲହୋତ୍ରା ବି ଚମକି ଉଠିବେ । ଏହି ଫଟୋରେ ଆଲିଆ ତାଙ୍କର ଏକ୍ସ ବୟଫ୍ରେଣ୍ଡ୍‌ ଅଲିଙ୍କ ସହିତ ଅଛନ୍ତି । ଆଲିଆ ପୁରା ଅଲିଙ୍କ ସହିତ ଜଡେଇ ହୋଇ ପୋଜ୍‌ ଦେଇଛନ୍ତି । ଆଲିଆ ଏକ ପିଙ୍କ କଲରର ଅଫ୍‌ ସୋଲଡର୍‌ ଗାଉନ୍‌ ପିନ୍ଧିଛନ୍ତି । ତାଙ୍କର ଏହି ହଟ୍‌ ଫଟୋ ଭାଇରାଲ୍‌ ହୋଇଛି ।

କଥା କ’ଣ କି ଆଲିଆ ତାଙ୍କର ଜଣେ ବାନ୍ଧବୀଙ୍କ ବାହାଘରରେ ବେଶ୍‌ ବ୍ୟସ୍ତ ଥିବା ସମୟରେ ତାଙ୍କର ପୁରୁଣା ପ୍ରେମିକ ଅଲିଙ୍କ ସହିତ ଭେଟ ହୋଇଥିଲା ମ୍ୟାରେଜ୍‌ ପାର୍ଟିରେ । ସେଠି ସେ ଦୁହେଁ ପୁରୁଣା ଦିନର ସ୍ମୃତିକୁ ମନେ ପକାଇ ଫଟୋ ଉଠାଇଥିଲେ । ଅଲିଙ୍କ ପ୍ରକୃତ ନାମ ହେଉଛି ଅଲି ଦାଦରକର୍‌ । ସେ ୟୁକୋର ଏକ ବିଶ୍ୱବିଦ୍ୟାଳୟରୁ ମେକାନିକାଲ୍‌ ଇଂଜିନିୟରିଂରେ ସ୍ନାତକ ହାସଲ କରିଛନ୍ତି । ଆଲିଆ ବଲିଉଡରେ ପାଦ ଥାପିବା ସମୟରେ ଅଲି ଥିଲେ ତାଙ୍କର ବୟଫ୍ରେଣ୍ଡ୍‌ , ମାତ୍ର ପରେ ଦୁହିଁଙ୍କ ଭିତରେ ଦୂରତା ସୃଷ୍ଟି ହୋଇଥିଲା । ଆଲିଆ ପରେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ରିଲେସନ୍‌ରେ ରହିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe