ଶୁଭ ଜନ୍ମଦିନ: ବଲିଉଡର ଧନୀ ଅଭିନେତା ଶାହରୁଖ ଖାନ୍, ଆଇପିଏଲରୁ କରନ୍ତି ଏତେ କୋଟି ଆୟ

Advertisment

ବଲିଉଡ ଅଭିନେତା ଶାହାରୁଖ ଖାନ ଜଣେ ଏଭଳି ବ୍ୟକ୍ତିତ୍ବ ଯିଏ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଛନ୍ତି | ଫିଲ୍ମ ସହ ବ୍ୟବସାୟରୁ ଅର୍ଥ ଅର୍ଜନ କରି ଧନୀକ ବ୍ୟକ୍ତି ଥିବା ତାଲିକାରେ ସାମିଲ ହୋଇଥିବା ଶାହରୁଖଙ୍କୁ ଜନ୍ମଦିନର ଶୁଭେଚ୍ଛା।

ବଲିଉଡ ଅଭିନେତା ଶାହାରୁଖ ଖାନ ଜଣେ ଏଭଳି ବ୍ୟକ୍ତିତ୍ବ ଯିଏ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଛନ୍ତି | ଫିଲ୍ମ ସହ ବ୍ୟବସାୟରୁ ଅର୍ଥ ଅର୍ଜନ କରି ଧନୀକ ବ୍ୟକ୍ତି ଥିବା ତାଲିକାରେ ସାମିଲ ହୋଇଥିବା ଶାହରୁଖଙ୍କୁ ଜନ୍ମଦିନର ଶୁଭେଚ୍ଛା।

shahrukhk

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାନ ଜଣେ ଏଭଳି ବ୍ୟକ୍ତିତ୍ବ ଯିଏ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଛନ୍ତି | ତାଙ୍କ ଚଳଚ୍ଚିତ୍ର ସହିତ କିଙ୍ଗ ଖାନ ବ୍ୟବସାୟରେ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରି ଲାଭବାନ ହୋଇଛନ୍ତି। ଫିଲ୍ମ ସହ ବ୍ୟବସାୟରୁ ଅର୍ଥ ଅର୍ଜନ କରି ଇତିହାସ ସୃଷ୍ଟି କରିଥିବା କିଙ୍ଗ ଖାନଙ୍କ ନାମ ଅମ୍ବାନୀ-ଅଦାନୀଙ୍କ ପରି ଧନୀକ ବ୍ୟକ୍ତି ଥିବା ତାଲିକାରେ ସାମିଲ ହୋଇଛି । ଶାହାରୁଖ ଖାନ ଚଳିତ ବର୍ଷ 'ହୁରୁନ ଇଣ୍ଡିଆ ରିଚ୍ ଲିଷ୍ଟ ୨୦୨୪'ରେ ଡେବ୍ୟୁ କରିଛନ୍ତି | ଆଜି ଏହି ସୁପରଷ୍ଟାରଙ୍କ ଜନ୍ମଦିନ ଥିବା ବେଳେ ତାଙ୍କ ସହ ଜଡ଼ିତ କିଛି ଅଜଣା କଥା ଆମେ ଆପଣଙ୍କୁ ଜଣାଇବୁ।

ବଲିଉଡର କିଙ୍ଗ ଖାନ ତଥା ଶାହାରୁଖ ଖାନ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ଏବେ ୭୩୦୦ କୋଟି ଟଙ୍କାର ମାଲିକ ହୋଇଛନ୍ତି। ସମ୍ପତ୍ତି ବଢ଼ିବା ସହ ସେ ଏବେ ବଲିଉଡର ସବୁଠୁ ଧନୀକ ଅଭିନେତା ବନିପାରିଛନ୍ତି। ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ଓ କୋଲାକାତା ନାଇଟ୍ ରାଇଡର୍ସ ପାଇଁ ଏହା ସମ୍ଭବ ହୋଇପାରିଥିବା କୁହାଯାଉଛି ।

ଶାହରୁଖ ଖାନଙ୍କୁ ବଲିଉଡର କିଙ୍ଗ ଖାନ ବୋଲି କୁହାଯାଏ ଏବଂ ସେ ବାସ୍ତବ ଜୀବନରେ ମଧ୍ୟ ଏକ ରାଜା ଭାବରେ ଜୀବନ ବଞ୍ଚନ୍ତି | ଫିଲ୍ମ ବ୍ୟତୀତ ବିଜ୍ଞାପନ ଓ ନିବେଶରୁ ଟଙ୍କା ଆୟ କରୁଥିବା ଶାହରୁଖ ଆଇପିଏଲରୁ ମଧ୍ୟ ଟଙ୍କା ଆୟ କରିଥାନ୍ତି | ବାଦଶାହ ଆଇପିଏଲରେ ‘କୋଲକାତା ନାଇଟ୍ ରାଇଡର୍ସ’ର ସହ-ମାଲିକ ଅଟନ୍ତି। ଏଥିପାଇଁ ଆଇପିଏଲରୁ ମଧ୍ୟ ପ୍ରତିବର୍ଷ ଅଭିନେତାଙ୍କ ଉପରେ ଟଙ୍କା ବର୍ଷା ହୁଏ | 

ପ୍ରତ୍ୟେକ ଆଇପିଏଲ୍ ଦଳକୁ ବିସିସିଆଇ ପକ୍ଷରୁ ଟିଭି ପ୍ରସାରଣ ଏବଂ ପ୍ରାୟୋଜକରୁ ହେଉଥିବା ରୋଜଗାରର କିଛି ଭାଗ ଦିଆଯାଏ | ଶାହାରୁଖ ଖାନ ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ଦଳର ମାଲିକ ଥିବାରୁ ଏହା ମାଧ୍ୟମରେ ଅଭିନେତା ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ, ମ୍ୟାଚ୍ ଫି, ଫ୍ରାଞ୍ଚାଇଜ୍ ଫି, ବିସିସିଆଇ ଇଭେଣ୍ଟ ରାଜସ୍ୱ ଏବଂ ପୁରସ୍କାର ରାଶିରୁ ବହୁତ ଟଙ୍କା ରୋଜଗାର କରନ୍ତି | 

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଶାହରୁଖ ଖାନ କୋଲକାତା ନାଇଟ୍ ରାଇଡର୍ସରୁ ପ୍ରତିବର୍ଷ ୨୫୦ରୁ ୨୭୦କୋଟି ଟଙ୍କା ରୋଜଗାର କରନ୍ତି। ତେବେ ଟିମ ପାଇଁ ୧୦୦କୋଟିରୁ ଅଧିକ ଖର୍ଚ୍ଚ ମଧ୍ୟ ହୋଇଥାଏ | ଖେଳାଳି କିଣିବା ଏବଂ ପରିଚାଳନା ପାଇଁ ୧୦୦କୋଟିରୁ ଅଧିକ ଖର୍ଚ୍ଚ ହେଉଥିବା ଜଣାପଡିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe