ଅଲୁ ଅର୍ଜୁନ ସମେତ ସନ୍ଧ୍ୟା ଥିଏଟର ବିରୋଧରେ ରୁଜୁ ହେଲା ମାମଲା

ଚଳଚ୍ଚିତ୍ର ପୁଷ୍ପା-୨ର ପ୍ରିମିୟର ସୋ’ ସମୟରେ ଲୋକମାନେ ଅଭିନେତାଙ୍କୁ ଦେଖିବା ପାଇଁ ଦୌଡାଦୌଡି ଆରମ୍ଭ କରିଥିଲେ। ଫଳରେ ଦଳାଚକଟା ହୋଇଥିଲା।ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ପରେ ଅଲୁ ଅର୍ଜୁନ ଓ ସନ୍ଧ୍ୟା ଥିଏଟର ବିରୋଧରେ ମାମଲା ରୁଜୁ କରାଯାଇଛି।

ପନଦଦ

ହାଇଦ୍ରାବାଦ: ଅଲୁ ଅର୍ଜୁନଙ୍କ ଅଭିନୀତ ଚଳଚ୍ଚିତ୍ର 'ପୁଷ୍ପା ୨'କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ଡିସେମ୍ବର ୪ରେ ଅଲୁ ଅର୍ଜୁନ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ତାଙ୍କ ଚଳଚ୍ଚିତ୍ର ପୁଷ୍ପା-୨ର ପ୍ରିମିୟର କରିବାକୁ ଯାଉଥିଲେ। ଏଭଳି ପରିସ୍ଥିତିରେ ପ୍ରଶଂସକଙ୍କ ଭିଡ଼ ସେମାନଙ୍କ ପ୍ରିୟ ତାରକାଙ୍କୁ ଦେଖିବା ପାଇଁ ଥିଏଟର ବାହାରେ ଜମା ହୋଇଥିଲା । 

ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଲାଠିଚାର୍ଜ ମଧ୍ୟ କରିବାକୁ ପଡିଥିଲା। ପ୍ରଶଂସକଙ୍କ ଭିଡ ମଧ୍ୟରେ ଅଲୁ ଅର୍ଜୁନ ଶେଷରେ ପହଞ୍ଚିଥିଲେ। ଲୋକମାନେ ଅଭିନେତାଙ୍କୁ ଦେଖିବା ପାଇଁ ଦୌଡାଦୌଡି ଆରମ୍ଭ କରିଥିଲେ। ଫଳରେ ଦଳାଚକଟା ହୋଇଥିଲା।

ଏଥିରେ ଅନେକ ଲୋକ ଆହତ ହୋଇଥିଲେ। ଏହି ଭିଡ଼ରେ ଜଣେ ଶିଶୁ ବେହୋସ୍ ହୋଇଯାଇଥିବାବେଳେ ତାକୁ ଧରି ଆସିଥିବା ମା’ ରେବତୀଙ୍କର ମୃତ୍ୟୁ ହୋଇଥିଲା। ରେବତୀ ତାଙ୍କ ସ୍ବାମୀ ଓ ଦୁଇପିଲାଙ୍କ ସହିତ ଚଳଚ୍ଚିତ୍ର ପୁଷ୍ପା-୨ର ପ୍ରିମିୟର ଦେଖିବାକୁ ଯାଇଥିଲେ।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ପରେ ଅଲୁ ଅର୍ଜୁନ ଓ ସନ୍ଧ୍ୟା ଥିଏଟର ବିରୋଧରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe