ମୁମ୍ବାଇ: ସାଉଥସୁପରଷ୍ଟାର ତଥା ‘ପୁଷ୍ପା-୨’ର ଫେମ ଅଲ୍ଲୁ ଅର୍ଜୁନ ଲୋକଙ୍କୁ ଉଭୟ ଅଫଲାଇନ ଓ ଅନଲାଇନ ଜରିଆରେ ଅପମାନଜନକ ଶବ୍ଦର ବ୍ୟବହାର ନକରିବା ପାଇଁ ଗୁହାରି କରିଛନ୍ତି। 

Advertisment

ସମ୍ପ୍ରତି ଅଲ୍ଲୁ ସୋସିଆଲ ମିଡିଆ ଜରିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ମୁଁ ମୋର ସମସ୍ତ ଫ୍ୟାନ୍ସମାନଙ୍କୁ ଅନୁରୋଧ କରୁଛି କି ପ୍ରତିଥର ଭଳି ନିଜର ଭାବନାକୁ ଦାୟିତ୍ବର ସହ ପ୍ରକାଶ କରନ୍ତୁ। ସେ ଅନଲାଇନ ହେଉ ଅବା ଅଫଲାଇନ କୌଣସିଥିରେ ଅପମାନଜନକ ଶବ୍ଦ କି ଭାଷାର ବ୍ୟବହାର କରନ୍ତୁ ନାହିଁ।

 ଅଧିକପଢ଼ନ୍ତୁ:ସିରିଜି ଦୁଘଟଣା: କାର୍‌ ସହ ବୁଲେଟ୍‌ ବାଇକ୍ ଧକ୍କା, ୫ ଗୁରୁତର
ନକଲି ଆଇଡି, ନକଲି ପ୍ରୋଫାଇଲ ତିଆରି କରି ମୋ ଫ୍ୟାନ ରୁପରେ ଯଦି କେହି ଅପମାନଜନକ ପୋଷ୍ଟ ସେୟାର କରୁଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେଣୁ ମୁଁ ମୋର ଫ୍ୟାନ୍ସମାନଙ୍କୁ ଅନୁରୋଧ କରୁଛି ଦୟାର କରି ଏଭଳି ପୋଷ୍ଟ ସେୟାର କରନ୍ତୁ ନାହିଁ, ଏଭଳି ପୋଷ୍ଟରୁ ନିଜକୁ ନିବୃତ୍ତ ରଖନ୍ତୁ।’
ଡିସେମ୍ବର ୪ ତାରିଖରେ ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ର ସ୍କ୍ରିନିଂର ଆୟୋଜନ କରାଯାଇଥିଲା। ଏଠାରେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ଲୋକଙ୍କର ପ୍ରବଳ ଭିଡ଼ ଜମିଥିଲା। ଏହି ଭିଡ଼ରେ ଚାପି ହୋଇ ଜଣେ ମହିଳାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଅଲ୍ଲୁ ଅର୍ଜୁନଙ୍କୁ ପୁଲିସ ଗିରଫ କରିଥିଲା। 

ଅଧିକପଢ଼ନ୍ତୁ:ଅଶ୍ବିନଙ୍କ ଅବସର ଘୋଷଣା ପରେ ମୋଦୀଙ୍କ ଭାବୁକ ପୋଷ୍ଟ
ଗିରଫର କିଛିଘଣ୍ଟା ପରେ ଜାମିନରେ ଆସିଥିବା ଅଲ୍ଲୁଙ୍କୁ ନେଇ ସୋସିଆଲ ମିଡିଆରେ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। କେହିକେହି ଅଲ୍ଲୁଙ୍କୁ ସମର୍ଥନ କରୁଥିବା ବେଳେ ଅନ୍ୟମାନେ ସାଉଥସୁପରଷ୍ଟାରଙ୍କୁ ନେଇ ଆପତ୍ତିଜନକ ପ୍ରତିକ୍ରିୟା ଦେଉଛନ୍ତି। ଯାହାକୁ ନେଇ ଅଲ୍ଲୁ ନିରାଶ ହୋଇଯାଇଛନ୍ତି।