ଅଲ୍ଲୁଙ୍କ ବିରୋଧରେ ଲାଗୁ ହୋଇଛି ଏସବୁ ଦଫା

Advertisment

ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତାର ୧୦୫ ଏବଂ ୧୦୮ (୧) ଅନୁଯାୟୀ ମାମଲା ରୁଜୁ ହୋଇଛି। ଧାରା ୧୦୫ ହେଉଛି ହତ୍ୟା କରିବାର ଯୋଜନା। ଏହି ଧାରା ଲାଗୁ ହେଲେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ କିମ୍ବା ଅନ୍ୟ କୌଣସି ପ୍ରକାରର କାରାଦଣ୍ଡ ସହିତ ଦଣ୍ଡିତ କରାଯାଇପାରେ`

Updated On

ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତାର ୧୦୫ ଏବଂ ୧୦୮ (୧) ଅନୁଯାୟୀ ମାମଲା ରୁଜୁ ହୋଇଛି। ଧାରା ୧୦୫ ହେଉଛି ହତ୍ୟା କରିବାର ଯୋଜନା। ଏହି ଧାରା ଲାଗୁ ହେଲେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ କିମ୍ବା ଅନ୍ୟ କୌଣସି ପ୍ରକାରର କାରାଦଣ୍ଡ ସହିତ ଦଣ୍ଡିତ କରାଯାଇପାରେ`

ଅଦ୍ୟତନ ହୋଇଛି
allu

ହାଇଦ୍ରାବାଦ: ଅଲ୍ଲୁ ଅର୍ଜୁନ ଶୁକ୍ରବାର ସକାଳେ ଘରେ ଖାଉଥିବା ବେଳେ ହାଇଦ୍ରାବାଦ ପୁଲିସ ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଶୁଣାଣି ପରେ ଅଲ୍ଲୁଙ୍କୁ ୧୪ଦିନ ପାଇଁ ଜେଲ ହୋଇଥିବା ସୂଚନା ମିଳିଛି। 

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ସନ୍ଧ୍ୟା ଥିଏଟରରେ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ହେବା ଘଟଣାରେ ‌ଲୋକେ ଅଲ୍ଲୁ ଅର୍ଜୁନଙ୍କୁ ଦାୟୀ କରିଛନ୍ତି। କାରଣ ସେ ବିନା ସୂଚନାରେ ଥିଏଟରରେ ଯାଇ ପହଞ୍ଚିଯାଇଥିଲେ। ଯେଉଁ କାରଣରୁ ଭିଡି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।

ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତାର ୧୦୫ ଏବଂ ୧୦୮ (୧) ଅନୁଯାୟୀ ମାମଲା ରୁଜୁ ହୋଇଛି। ଧାରା ୧୦୫ ହେଉଛି ହତ୍ୟା କରିବାର ଯୋଜନା। ଏହି ଧାରା ଲାଗୁ ହେଲେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ କିମ୍ବା ଅନ୍ୟ କୌଣସି ପ୍ରକାରର କାରାଦଣ୍ଡ ସହିତ ଦଣ୍ଡିତ କରାଯାଇପାରେ, ଯାହାର ଅବଧି ପାଞ୍ଚ ବର୍ଷରୁ କମ୍ ହେବ ନାହିଁ। ଆବଶ୍ୟକ ପଡ଼ିଲେ ଏହା ଦଶ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ବି ପାଇପାରେ। ଦୋଷୀ କୁ ଜରିମାନା ବି ଦେବାକୁ ପଡ଼ିପାରେ। 

ନିକଟରେ ଅଲ୍ଲୁ ଅର୍ଜୁନ ଏଫଆଇଆର ରୁଜୁ କରିବାକୁ ହାଇକୋର୍ଟ ଯାଇଥିଲେ। ଅଲ୍ଲୁ କୋର୍ଟରେ କରିଥିବା ଆବେଦନରେ ତାଙ୍କ ଗିରଫ ଅଟକାଇବା ପାଇଁ ସୂଚିତ କରିଥିଲେ। ଏହି ଆବେଦନ ସତ୍ତ୍ବେ ପୁଲିସ ଶୁକ୍ରବାର ସୁପରଷ୍ଟାରଙ୍କ ଘରେ ପହଞ୍ଚି ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe