ରିଲିଜର ପ୍ରଥମ ଦିନରେ ସବୁ ଫିଲ୍ମକୁ ପଛରେ ପକାଇଲା 'ପୁଷ୍ପା-୨' !

ଆଇକନ ଷ୍ଟାର ଅଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା ୨: ଦି ରୁଲ୍' ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଥିଲା। ଏବେ ଏହା ଆୟରେ ସବୁ ଫିଲ୍ମକୁ ପଛରେ ପକାଇଛି। ଫିଲ୍ମଟି ପ୍ରଥମ ଦିନରେ ୧୭୫କୋଟି ଟଙ୍କା ଆୟ କରିଛି।

tpusaa

ନୂଆଦିଲ୍ଲୀ: ଆଇକନ ଷ୍ଟାର ଅଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା ୨: ଦି ରୁଲ୍' ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଥିଲା। ଗତ ତିନିବର୍ଷ ଧରି ନିର୍ମାଣ ହେଉଥିବା ଏହି ଆକ୍ସନ୍ ଥ୍ରୀଲର ଫିଲ୍ମ ଶେଷରେ ଡିସେମ୍ବର ୫ରେ ଅର୍ଥାତ୍ ଗୁରୁବାର ସାରା ବିଶ୍ୱରେ ରିଲିଜ୍ ହୋଇଥିଲା। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ଟିଜର, ଟ୍ରେଲର ଏବଂ ଗୀତ ଦର୍ଶକଙ୍କ ଉତ୍ସାହକୁ ଖୁବ ବଢ଼ାଇଥିଲା।

ଏହି କାରଣରୁ ଫିଲ୍ମଟି ଆଡଭାନ୍ସ ବୁକିଂରୁ ହିଁ କୋଟି କୋଟି ଟଙ୍କା ଆୟ କରିଥିଲା। ଏବେ ଫିଲ୍ମ ରିଲିଜ୍ ହେବା ପରେ ଦର୍ଶକ ଏହାକୁ ପସନ୍ଦ କରୁଥିବା ଜଣାଯାଇଛି। ପ୍ରଥମ ଦିନରେ ହିଁ ଫିଲ୍ମଟି ଏପର୍ଯ୍ୟନ୍ତ ରିଲିଜ୍ ହୋଇଥିବା ସମସ୍ତ ଭାରତୀୟ ଫିଲ୍ମକୁ ପଛରେ ପକାଇ ଦେଇଛି। ମିଳିଥିବା ସୂଚନା ମୁତାବକ, ଫିଲ୍ମଟି ପ୍ରଥମ ଦିନରେ ୧୭୫କୋଟି ଟଙ୍କା ଆୟ କରିଛି। ଏହା ପୂର୍ବରୁ ଆରଆରଆର ରିଲିଜର ପ୍ରଥମ ଦିନରେ ୧୫୬କୋଟି ଆୟ କରିଥିବା ବେଳେ 'ପୁଷ୍ପା ୨: ଦି ରୁଲ୍' ଏହାକୁ ଟପିଛି। ଫିଲ୍ମର ପ୍ରଦର୍ଶନକୁ ଦେଖି ଆଗକୁ ଫିଲ୍ମଟି ଇତିହାସ ରଚିବ ବୋଲି ଆଶା କରାଯାଉଛି।

ବକ୍ସ ଅଫିସ ସହ ନିର୍ମାତା ଓଟିଟି ରାଇଟ୍ସ ବିକ୍ରି କରି ମଧ୍ୟ କୋଟି କୋଟି ଟଙ୍କା ଆୟ କରିଛନ୍ତି। ଫିଲ୍ମକୁ କିଣିଛି ନେଟଫ୍ଲିକ୍ସ। କିଛି ଦିନ ପରେ ଲୋକେ ଏହାକୁ ନେଟଫ୍ଲିକ୍ସରେ ଦେଖିପାରିବେ। କୁହାଯାଉଛି ଯେ, ସବୁ ଭାଷା ପାଇଁ ଚଳଚ୍ଚିତ୍ରର ଡିଜିଟାଲ୍ ଷ୍ଟ୍ରିମିଂ ରାଇଟ୍ସ କିଣିଛି ନେଟଫ୍ଲିକ୍ସ। ଏଥିପାଇଁ ନେଟଫ୍ଲିକ୍ସ ୨୭୦କୋଟି ଟଙ୍କା ଦେଇଥିବା ସାମ୍ନାକୁ ଆସିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe