ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କଲା ଫିଲ୍ମ 'ପୁଷ୍ପା', ୨ଦିନରେ ୧୦୦କୋଟି ଆୟ

Advertisment
ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କଲା ଫିଲ୍ମ 'ପୁଷ୍ପା', ୨ଦିନରେ ୧୦୦କୋଟି ଆୟ

ମୁମ୍ବାଇ: ରିଲିଜ ହେଉ ହେଉ ଧମାଲ କଲାଣି ୫ଟି ଭାଷାରେ ରିଲିଜ ହୋଇଥିବା  ଫିଲ୍ମ 'ପୁଷ୍ପା'। ଶୁକ୍ରବାର ରିଲିଜ ହୋଇଥିବା ଫିଲ୍ମ  'ପୁଷ୍ପା: ଦ ରାଇଜ୍' ମାତ୍ର ୨ଦିନ ମଧ୍ୟରେ ୧୦୦କୋଟି କ୍ଲବରେ ସାମିଲ ହୋଇଛି। ଦୁଇଟି ଭାଗରେ ନିର୍ମିତ ଏହି ଫିଲ୍ମଟି ଆନ୍ଧ୍ରପ୍ରଦେଶର ଶେଷାଚାଲାମ ଅଞ୍ଚଳର ଚନ୍ଦନକାଠ ଚୋରା ଚାଲାଣକାରୀଙ୍କ ଜୀବନୀ ଉପରେ ଆଧାରିତ। ଗତକାଲି ରିଲିଜର ଦ୍ୱିତୀୟ ଦିନ ଥିବା ବେଳେ ପୁଷ୍ପା: ଦ ରାଇଜ୍ ସମଗ୍ର ବିଶ୍ୱରେ ୧୦୦କୋଟିରୁ ଅଧିକ ଆୟ କରିଥିବା ଜଣାପଡ଼ିଛି। ‌ଟ୍ରେଡ ଆନାଲିଷ୍ଟ ରମେଶ ବାଲା ଏନେଇ ଟ୍ବିଟ କରିଛନ୍ତି।

ଆଗକୁ ମଧ୍ୟ ଏହି ଫିଲ୍ମଟି ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ ଭାଙ୍ଗିବ ବୋଲି କୁହାଯାଉଛି। ତେବେ ଦକ୍ଷିଣ ଆଫ୍ରିକା, ସିଙ୍ଗାପୁର, ମାଲେସିଆ ଏବଂ ଇଣ୍ଡୋନେସିଆ ଭଳି ଦେଶରେ ଫିଲ୍ମଟି ରିଲିଜ ହୋଇନାହିଁ। ଏସବୁ ଦେଶରେ ଫିଲ୍ମ ରିଲିଜ ହୋଇଥିଲେ ଫିଲ୍ମଟି ଅଧିକ ଆୟ କରିଥାନ୍ତା ବୋଲି କୁହାଯାଉଛି।

ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦନା ନଜର ଆସୁଥିବା ବେଳେ ଦୁହିଁଙ୍କୁ ସମ୍ପୂର୍ଣ୍ଣ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe