ଦଳାଚକଟାରେ ମୃତ୍ୟୁବରଣ କରିଥିବା ମହିଳାଙ୍କ ପରିବାରକୁ ୨୫ଲକ୍ଷ ଦେବେ ଅଲ୍ଲୁ ଅର୍ଜୁନ

Advertisment

ଦଳାଚକଟାରେ ମୃତ୍ୟୁବରଣ କରିଥିବା ମହିଳାଙ୍କ ପରିବାରକୁ ୨୫ଲକ୍ଷ ଦେବାକୁ ଘୋଷଣା କଲେ ଅଲ୍ଲୁ ଅର୍ଜୁନ। ଡିସେମ୍ବର ୪ରେ ଏହି ଘଟଣା ଘଟିଥିବା ବେଳେ ଏବେ ସାହାଯ୍ୟ ଘୋଷଣା କରିଛନ୍ତି ଅଭିନେତା।

ଦଳାଚକଟାରେ ମୃତ୍ୟୁବରଣ କରିଥିବା ମହିଳାଙ୍କ ପରିବାରକୁ ୨୫ଲକ୍ଷ ଦେବାକୁ ଘୋଷଣା କଲେ ଅଲ୍ଲୁ ଅର୍ଜୁନ। ଡିସେମ୍ବର ୪ରେ ଏହି ଘଟଣା ଘଟିଥିବା ବେଳେ ଏବେ ସାହାଯ୍ୟ ଘୋଷଣା କରିଛନ୍ତି ଅଭିନେତା।

Gù

ହାଇଦ୍ରାବାଦ: 'ପୁଷ୍ପା ୨: ଦି ରୁଲ୍'ର ପ୍ରିମିୟର୍ ସୋ’ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାର ଦୁଇ ଦିନ ପରେ ଅଭିନେତା ଅଲ୍ଲୁ ଅର୍ଜୁନ ମୃତ ମହିଳାଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି। ଶୁକ୍ରବାର ଦିନ ନିଜ ଏକ୍ସ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ସେ କହିଛନ୍ତି ଯେ, ଏହି ଘଟଣାକୁ ନେଇ ମୁଁ ଖୁବ୍ ଦୁଃଖିତ ଏବଂ ମୃତ ମହିଳାଙ୍କ ପରିବାରକୁ ସେ ୨୫ଲକ୍ଷ ଟଙ୍କାର ସହାୟତା ରାଶି ଦେବେ। 

ଅଭିନେତା ଦୁଃଖୀ ପରିବାରକୁ ଆଶ୍ୱାସନା ଦେଇଛନ୍ତି ଯେ, ସେ ବ୍ୟକ୍ତିଗତ ଭାବରେ ସେମାନଙ୍କୁ ଭେଟିବେ ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବେ। ଏହା ସହ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ବାଳକର ସମସ୍ତ ଚିକିତ୍ସା ଖର୍ଚ୍ଚ ସେ ଉଠାଇବେ ବୋଲି କହିଛନ୍ତି। ଫିଲ୍ମ ଦେଖିବାକୁ ଗଲା ବେଳେ ଭିଡ଼ ଥିଲେ ଯତ୍ନବାନ ହେବା ପାଇଁ ଅଭିନେତା ନିଜ ପ୍ରଶଂସକଙ୍କୁ ଭିଡିଓ ମାଧ୍ୟମରେ ଅପିଲ୍ କରିଥିବା ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe