ଏହି କାରଣରୁ ୨୦ମିନିଟ ପାଇଁ ଅଟକାଗଲା ସ୍କ୍ରିନିଂ

ଅଲୁ ଯଦି ପୂର୍ବରୁ ସୂଚନା ଦେଇ ଆସି ଥାଆନ୍ତେ ତେବେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇ ବ୍ୟାରିକେଡ ବ୍ୟବସ୍ଥା ହୋଇଥାଆନ୍ତା। ମୃତ ମହିଳା ଦର୍ଶକ ରେବତୀ ହୁଏତ ଆଜି ଜୀବିତ ଥାଆନ୍ତେ।

ପନଦନବପ


ନୂଆଦିଲ୍ଲୀ: ପ୍ରେକ୍ଷାଳୟରେ ଅଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା ୨’ ର କ୍ରେଜ ଦେଖିବାକୁ ମିଳୁଛି। ଅନ୍ୟ ଚଳଚ୍ଚିତ୍ର ଅପେକ୍ଷା ଏହି ଚଳଚ୍ଚିତ୍ରର ପ୍ରଶଂସକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସମୟରେ ସିନେମାକୁ ନେଇ କିଛି ନିରାଶ ଖବର ବି ସାମ୍ନାକୁ ଆସୁଛି।

ହାଇଦ୍ରାବାଦରେ ଫିଲ୍ମର ସ୍ୱତନ୍ତ୍ର ସ୍କ୍ରିନିଂ ସମୟରେ ଅଲୁ ଅର୍ଜୁନ ପହଞ୍ଚିବା ଖବର ପାଇବା ପରେ ଲୋକଙ୍କ ପ୍ରବଳ ଗହଳି ଲାଗି ଯାଇଥିଲା । ଏହି ଗହଳି ମଧ୍ୟରେ ଦଳାଚକଟାରେ ହେତୁ ରେବତୀ ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ସହ ଥିବା ୯ବର୍ଷର ପୁଅ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛି। 

ଏହି ଘଟଣା ପରେ ମୁମ୍ବାଇର ଗେଟି ଗ୍ୟାଲେକ୍ସି ଥିଏଟରରେ ‘ପୁଷ୍ପା-୨’ର ସ୍କ୍ରିନିଂ ଚାଲିଥିବା ବେଳେ ଜଣେ ବ୍ୟକ୍ତି ଦର୍ଶକଙ୍କ ଉପରେ ପେ‌ପର ସ୍ପ୍ରେ କରିଥିଲେ। ଯେଉଁ କାରଣରୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଦର୍ଶକଙ୍କୁ କାଶ ଓ ଝିଙ୍କ ହେବା ଆରମ୍ଭ ହୋଇଯାଇଥିଲା। ଦର୍ଶକଙ୍କ ଏଭଳି ଅବସ୍ଥା ଦେଖି ସୋ’କୁ ସଙ୍ଗେସଙ୍ଗେ ଅଟକାଯାଇ ପୁଲିସକୁ ଖବର ଦିଆଯାଇଥିଲା। ପରିସ୍ଥିତି ଆୟତ୍ତକୁ ଅଣାଯିବା ପରେ ୨୦ମିନିଟ ପରେ ପୁଣି ସ୍କ୍ରିନିଂ ଆରମ୍ଭ ହୋଇଥିଲା।

ଗତକାଲି ଅଲୁଅର୍ଜୁନ ଓ ସନ୍ଧ୍ୟା ଥିଏଟର ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। କାରଣ ଅଲୁ ପୂର୍ବରୁ କୌଣସି ସୂଚନା ନଦେଇ ଫ୍ୟାନ୍ସଙ୍କ ଗହଣରେ ସନ୍ଧ୍ୟା ଥିଏଟରରେ ପହଞ୍ଚି ଯାଇଥି‌ଲେ। ଅଲୁଙ୍କୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଏହି ଭିଡିଓରେ ଫଶି ଯାଇ ଜଣେ ମହିଳା ଦର୍ଶକଙ୍କ ମୃତ୍ୟୁ ହୋଇଯାଇଥିଲା। 

ଅଭିଯୋଗ ହୋଇଛି କି ଅଲୁ ଯଦି ପୂର୍ବରୁ ସୂଚନା ଦେଇ ଆସି ଥାଆନ୍ତେ ତେବେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇ ବ୍ୟାରିକେଡ ବ୍ୟବସ୍ଥା ହୋଇଥାଆନ୍ତା। ଫ୍ୟାନ୍ସମାନେ ଅଭିନେତାଙ୍କୁ ସୁବିଧାରେ ଦେଖି ପାରି ଥାଆନ୍ତେି। କିନ୍ତୁ ଅଭିନେତା ଆସିବାର ସୂଚନା ଦେଇ ନଥିବାରୁ ସେମିତି କିଛି ବ୍ୟବସ୍ଥା କରାଯାଇ ନଥିବାରୁ ଜଣେ ମହିଳା ଦର୍ଶକଙ୍କ ଏହି କାରଣରୁ ଜୀବନ ଚାଲି ଯାଇଛି।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe