ଦୁର୍ଘଟଣାର ଶିକାର ହେଲେ ପୁଷ୍ପା-୨ର ଟିମ୍, ବସ୍ ସହିତ ଧକ୍କା ଖାଇଲା ଫିଲ୍ମ ଟିମର ବସ୍

Advertisment
ଦୁର୍ଘଟଣାର ଶିକାର ହେଲେ ପୁଷ୍ପା-୨ର ଟିମ୍, ବସ୍ ସହିତ ଧକ୍କା ଖାଇଲା ଫିଲ୍ମ ଟିମର ବସ୍

www.india.com

ନୂଆଦିଲ୍ଲୀ: ପ୍ରଶଂସକମାନେ ଏବେ ଖୁବ ଉତ୍ସାହର ସହିତ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା ୨: ଦି ରୁଲ୍'କୁ ଅପେକ୍ଷା କରିଛନ୍ତି। ଏବେ ଫିଲ୍ମର ସୁଟିଂ ଚାଲିଥିବା ବେଳେ ଫିଲ୍ମର ଟିମକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। 'ପୁଷ୍ପା ୨: ଦି ରୁଲ୍'ର ଟିମ୍ ନିକଟରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସାମ୍ନାକୁ ଆସିଛି।

ଇଟାଇମ୍ସ ରିପୋର୍ଟ ଅନୁଯାୟୀ ଫିଲ୍ମର ଟିମ୍ ବସ୍ ଯୋଗେ ଯାତ୍ରା କରୁଥିଲେ। ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାର ନାର୍କେତପଲିରେ ବସଟି ଅନ୍ୟ ଏକ ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ଅନୁଯାୟୀ, ଏହି ଘଟଣାରେ ଫିଲ୍ମର କିଛି ସଦସ୍ୟ ଗୁରୁତର ଆହତ ହୋଇଥିବାବେଳେ କିଛି ଲୋକ ସାମାନ୍ୟ ଆହତ ହୋଇଛନ୍ତି। ଆହତ ଲୋକଙ୍କୁ ଶୀଘ୍ର ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା ବୋଲି ଜଣାଯାଇଛି। ଗଣମାଧ୍ୟମରେ ଏହି ଖବରକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଫିଲ୍ମର ନିର୍ମାତାମାନେ ଏହି ଘଟଣା ସହ ଜଡିତ କ‌ୌଣସି ସୂଚନା ଦେଇନାହାଁନ୍ତି।

ପୁଷ୍ପା: ଦି ରାଇଜ୍' ୨୦୨୧ରେ ମୁକ୍ତିଲାଭ କରିଥିଲା, ଯାହା ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ଏହି ଚଳଚ୍ଚିତ୍ରର କାହାଣୀ ସୁକୁମାର ଲେଖିବା ସହ ଏହାର ନିର୍ଦ୍ଦେଶନା ଦେଇଥିଲେ। ଏହା ଏକ ଆକ୍ସନ୍-ଡ୍ରାମା ଫିଲ୍ମ ଥିଲା। ନିକଟରେ ଫିଲ୍ମର ମୁଖ୍ୟ ଅଭିନେତା ଅଲ୍ଲୁ ଅର୍ଜୁନ ପୁଷ୍ପା ୨ର ପ୍ରଥମ ପୋଷ୍ଟର ସେୟାର କରିଥିଲେ। ପୋଷ୍ଟରରେ ଅଲ୍ଲୁ ଏକ ଶାଢ଼ି ପିନ୍ଧିଥିବା ସହ ତାଙ୍କ ଚେହେରାରେ ନୀଳ ଏବଂ ନାଲି ରଙ୍ଗ ଲାଗିଥିବା ଦେଖାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe