ଜେଲ୍‌ରୁ ବାହରି ନିଜର ପ୍ରତିକ୍ରିୟା ରଖିଲେ ଅଲ୍ଲୁ ଅର୍ଜୁନ

ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗତକାଲି ଗିରଫ ହେବା ପରେ ଆଜି ସକାଳୁ ଜାମିନ୍‌ ପାଇ ବାହାରକୁ ଆସିଛନ୍ତି। ଶନିବାର ଜେଲରୁ ମୁକୁଳିବା ପରେ ଅଭିନେତା ଆଇନ୍‌କୁ ପ୍ରତି ପୂରା ସମ୍ମାନ ଅଛି ବୋଲି କହିବା ସହ କର୍ତ୍ତୃପକ୍ଷଙ୍କ ସହ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

jail

ହାଇଦ୍ରାବାଦ୍‌: ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଗତକାଲି ଗିରଫ ହେବା ପରେ ଆଜି ସକାଳୁ ଜାମିନ୍‌ ପାଇ ବାହାରକୁ ଆସିଛନ୍ତି। ଶନିବାର ଜେଲରୁ ମୁକୁଳିବା ପରେ ଅଭିନେତା ଆଇନ୍‌କୁ ପ୍ରତି ପୂରା ସମ୍ମାନ ଅଛି ବୋଲି କହିବା ସହ କର୍ତ୍ତୃପକ୍ଷଙ୍କ ସହ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କ ଅଭିନୀତ ସିନେମା ‘ପୁଷ୍ପା-୨’ର ପ୍ରିମିୟର୍‌ ସୋ’ ବେଳେ ଦଳାଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। 

ସେ ବାହାରକୁ ବାହାରି ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। ସେ ଗତକାଲି ହାଇଦ୍ରାବାଦ ଜେଲରେ ରାତି କାଟିବା ସହ ନିଜ ଜୁବୁଲି ହିଲ୍ସ ଘରକୁ ଫେରିଥିଲେ। ସେଠାରେ ଅଗଣିତ ପ୍ରଶଂସକ ତାଙ୍କୁ ଅପେକ୍ଷା କରିଥିଲେ। 

ସେ ତାଙ୍କର ପ୍ରଶଂସକମାନଙ୍କୁ କହିଛନ୍ତି, ‘‘ଏଥିରେ ବ୍ୟସ୍ତ ହେବାର କିଛି ନାହିଁ। ମୁଁ ଭଲ ଅଛି। ମୁଁ ଜଣେ ଆଇନକୁ ମାନୁଥିବା ନାଗରିକ ଏବଂ ଆଇନ୍‌କୁ ପୂର୍ଣ୍ଣ ସହଯୋଗ କରିବି।’’

ଏହି ଦୁଃଖ ସମୟରେ ତାଙ୍କର ଅଦମ୍ୟ ସମର୍ଥନ ପାଇଁ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇ ୪୧ ବର୍ଷୀୟ ତାରକା ସ୍ୱୀକାର କରିଛନ୍ତି ଯେ ଏହା ତାଙ୍କ ଏବଂ ତାଙ୍କ ପ୍ରିୟଜନଙ୍କ ପାଇଁ କଷ୍ଟକର ସମୟ ଅଟେ। ଦଳାଚକଟାରେ ଜୀବନ ହରାଇ ଥିବା ମହିଳାଙ୍କ ପ୍ରତି ସମବେଦନା ଜଣାଇବା ସହ ଏହା ଏକ ଅନିଚ୍ଛାକୃତ ଦୁର୍ଘଟଣା ବୋଲି କହିଛନ୍ତି।

"ବିଗତ ୨୦ ବର୍ଷ ଧରି ମୁଁ ମୋର ଚଳଚ୍ଚିତ୍ର ଦେଖିବା ପାଇଁ ପ୍ରେକ୍ଷାଳୟକୁ ଯାଇଆସୁଛି। ଏହା ସର୍ବଦା ମୋ ପାଇଁ ଏକ ଆନନ୍ଦଦାୟକ ଅନୁଭୂତି ଥିଲା। କିନ୍ତୁ ଏଥର ଜିନିଷଗୁଡିକ ଏକ ଅପ୍ରତ୍ୟାଶିତ ମୋଡ଼ ନେଇଥିଲା" ବୋଲି ଅଲୁ ଅର୍ଜୁନ ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି, "ମୁଁ ପୁଣି ଥରେ ପରିବାର ପ୍ରତି ସମବେଦନା ଜଣାଇବାକୁ ଚାହେଁ। ଏହା ଏକ ଦୁର୍ଭାଗ୍ୟଜନକ ଘଟଣା। ଯାହା ଘଟିଲା ସେଥିପାଇଁ ଆମେ ଦୁଃଖିତ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe