ସଲମାନ ଓ ତାଙ୍କ ଭଉଣୀଙ୍କ ପାଖକୁ ପୁଲିସ ପଠାଇଲା ସମନ

Advertisment
ସଲମାନ ଓ ତାଙ୍କ ଭଉଣୀଙ୍କ ପାଖକୁ ପୁଲିସ ପଠାଇଲା ସମନ

The Sticky Post

ଚଣ୍ଡୀଗଡ଼ : ବଲିଉଡ ଅଭିନେତା ସଲମାନ ଖାନ, ତାଙ୍କ ଭଉଣୀ ଅଲବୀରା ଖାନ ଅଗ୍ନିହୋତ୍ରୀ ଏବଂ ତାଙ୍କ କମ୍ପାନି ‘ବିଙ୍ଗ ହ୍ୟୁମନ’ର ସିଇଓ ଓ ଅନ୍ୟ ଅଧିକାରୀଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ଏମାନଙ୍କ ବିରୋଧରେ ଚଣ୍ଡୀଗଡ଼ର ଜଣେ ବ୍ୟବସାୟୀ ୩କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି।

ବ୍ୟବସାୟୀ ଅରୁଣ ଗୁପ୍ତା ପୁଲିସରେ ଅଭିଯୋଗ କରି କହିଛନ୍ତି ଯେ ‘ବିଙ୍ଗ ହ୍ୟୁମନ’ କମ୍ପାନି ଚଣ୍ଡୀଗଡ଼ର ମନିମାଜରାରେ ୩କୋଟି ଟଙ୍କା ବ୍ୟୟରେ ଏକ ସୋ’ରୁମ ଖୋଲାଇଥିଲେ। କିନ୍ତୁ ସୋ’ରୁମ ଖୋଲିବା ପରେ ତାଙ୍କୁ କୌଣସି ସାମଗ୍ରୀ ନପଠାଇବା ସହିତ କମ୍ପାନି ୱେବସାଇଟ ବି ଅନେକ ଦିନ ହେବ ବନ୍ଦ ପଡ଼ିଥିଲା । କମ୍ପାନି ତାଙ୍କର ଅଭିଯୋଗର କୌଣସି ପ୍ରକାର ଉତ୍ତର ଦେଇ ନଥିଲା।

‘ବିଙ୍ଗ ହ୍ୟୁମନ’ କମ୍ପାନି ସହିତ ଏକ ଚୁକ୍ତିନାମା ମଧ୍ୟ ସ୍ୱାକ୍ଷର ହୋଇଥିଲା। ସମସ୍ତେ ସୋ’ରୁମ୍ ଖୋଲିଥିଲେ, କିନ୍ତୁ କୌଣସି ପ୍ରକାରେ ସାହାଯ୍ୟ କରି ନଥିଲେ। ଯେଉଁ ଷ୍ଟୋରରୁ ବିଙ୍ଗ ହ୍ୟୁମାନର ଗହଣା ଦେବାକୁ କୁହାଯାଇଥିଲା ତାହା ବନ୍ଦ ଅଛି। ସେଥିପାଇଁ ସେ ଗହଣା ମଧ୍ୟ ପାଇନାହାନ୍ତି।

ବ୍ୟବସାୟୀଙ୍କ ଅଭିଯୋଗ ପରେ ପୁଲିସ ସଲମାନ ଖାନ, ତାଙ୍କ ଭଉଣୀ ଅଲଭିରା ଖାନ ଅଗ୍ନିହୋତ୍ରୀ ଏବଂ କମ୍ପାନିର କିଛି ଅଧିକାରୀଙ୍କୁ ସମନ ପଠାଇଛି। ସମସ୍ତଙ୍କୁ ୧୦ ଦିନ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe