ଯେବେ ଦବଙ୍ଗ ବୟ ସଲମାନଙ୍କ ଗାଡ଼ିକୁ ଘେରି ଯାଇଥିଲେ ୨୦ ଜଣ ବାଇକ୍‌ ଚାଳକ...

Advertisment
ଯେବେ ଦବଙ୍ଗ ବୟ ସଲମାନଙ୍କ ଗାଡ଼ିକୁ ଘେରି ଯାଇଥିଲେ ୨୦ ଜଣ ବାଇକ୍‌ ଚାଳକ...

Image Courtesy: MidDay

ମୁମ୍ବାଇ: ବଲିଉଡ୍‌ର ଦବଙ୍ଗବୟ ସଲମାନଙ୍କୁ ହତ୍ୟା ଧମକ ମିଳିବା କଥା ଆପଣ ଜାଣିଥିବେ ନିଶ୍ଚୟ। ସଲ୍‌ମାନଙ୍କର ଅନେକ ପ୍ରଶଂସକ ଅଛନ୍ତି। ସଲ୍‌ମାନଙ୍କୁ ଯେତିକି ଭଲପାଇବା ମିଳେ ସେତିକି ଘୃଣା କରୁଥିବା ଲୋକ ବି ଅଛନ୍ତି ତାଙ୍କର। ଆପଣ ଜାଣନ୍ତି କି ୨୦୧୩ ମସିହାରେ ହାଇଦ୍ରାବାଦ୍‌ରେ ସଲ୍‌ମାନଙ୍କ ସହ ଏକ ଭୟାବହ ଘଟଣା ଘଟିଥିଲା। ସେ ରାସ୍ତାରେ ଯାଉଥିବା ବେଳେ ତାଙ୍କ ପଛରେ ଏକାଥରକରେ ୨୦ ଜଣ ବାଇକ୍‌ ଚାଳକ ପଡ଼ି ଯାଇଥିଲେ। ସେମାନଙ୍କ ହାତରେ ରଡ୍‌ ବି ଥିଲା।

ସେ ସମୟ‌ରେ ସଲ୍‌ମାନ କ୍ରିକେଟ୍‌ ଲିଗ୍‌ ପାଇଁ ହାଇଦ୍ରାବାଦ୍‌ ଯାଇଥିଲେ। କ୍ରିକେଟ୍‌ ଲିଗ୍‌ରେ ସଲ୍‌ମାନଙ୍କ ଭାଇ ସୋହେଲ୍‌ ଖାନ୍‌ ମୁମ୍ବାଇ ହିରୋଜ୍‌ ପାଇଁ ଖେଳୁଥିଲେ। ତାଙ୍କ ଟିମ୍‌ ତେଲୁଗୁ ୱାରିୟର୍‌ଙ୍କ ବିପକ୍ଷରେ ଖେଳୁଥିଲେ। ଏହି ମ୍ୟାଚ୍‌ ଲାଲ୍‌ ବାହାଦୁର୍‌ ଶାସ୍ତ୍ରୀ ଷ୍ଟାଡିୟମ୍‌ରେ ଖେଳା ଯାଉଥିଲା। ମ୍ୟାଚ୍‌ ରାତି ୧୧ଟାରେ ସରି ଯାଇଥିଲା। ତା’ପରେ ସଲ୍‌ମାନ ତାଙ୍କ ଗାଡ଼ି ଧରି ଷ୍ଟାଡିୟମ୍‌ ବାହାରକୁ ବାହାରି ଯାଇଥିଲେ। ସଲ୍‌ମାନ ବାହାରିବା ପରେ ତାଙ୍କୁ ଏହି ବାଇକ୍‌ରମାନେ ଘେରି ଯାଇଥିଲେ।

ଆପଣ ଜାଣିଥିବେ ନିଶ୍ଚୟ ଯେ ଚଳିତବର୍ଷ ସଲ୍‌ମାନଙ୍କୁ ହତ୍ୟା ଧମକ ମିଳିବା ପରେ ସେ ଆତ୍ମରକ୍ଷା ପାଇଁ  ଅସ୍ତ୍ରଶସ୍ତ୍ର ଲଇସେନ୍‌ ପାଇଁ ଆବେଦନ କରିଥିଲେ। ଆଜି ମୁମ୍ବାଇ ପୁଲିସ୍‌ ପକ୍ଷରୁ ସୂଚନା ରହିଛି ଯେ ସଲ୍‌ମାନଙ୍କୁ ‘ଆର୍ମସ୍‌ ଲାଇସେନ୍‌ସ୍‌’ ପ୍ରଦାନ କରାଯାଇଛି। କିନ୍ତୁ, ସେ କେଉଁ ପ୍ରକାରର ଅସ୍ତ୍ର ଖରିଦ କରିପାରିବେ ତାହା ଉକ୍ତ ‘ଲାଇସେନ୍‌ସ୍’ରେ ଉଲ୍ଲେଖ କରାଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe