ସୁପରଷ୍ଟାରଙ୍କ ଦିବ୍ୟାଙ୍ଗ ପ୍ରଶଂସକ, ପାଦରେ ଆଙ୍କିଲେ ସଲମାନ୍‌ଙ୍କ ଛବି, ‘ଭାଇଜାନ୍‌’ ବିଳମ୍ବିତ ରାତିରେ ସେୟାର କଲେ ଏହି ଭିଡିଓ

ନୂଆଦିଲ୍ଲୀ: ବଲିଉଡ୍‌ର ‘ଭାଇଜାନ୍‌’ ସଲମାନ୍‌ ଖାନ୍‌ଙ୍କ ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ତାଙ୍କ ପ୍ରଶଂସକମାନେ ନିଜ ପ୍ରିୟ ହିରୋ ପାଇଁ କିଛି ବି କରିବାକୁ ସବୁବେଳେ ପ୍ରସ୍ତୁତ ରହିଥାଆନ୍ତି। ସଲମାନ୍‌ଙ୍କ ଏମିତି କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଯାହାକୁ ଲୋକମାନେ ବେଶ୍‌ ପସନ୍ଦ ବି କରିଛନ୍ତି।

View this post on Instagram

God bless... can’t reciprocate the love but prayers and much love !!!

A post shared by Salman Khan (@beingsalmankhan) on

ଏହି ଭିଡିଓରେ ଜଣେ ଦିବ୍ୟାଙ୍ଗ ପ୍ରଶଂସକ ସଲମାନ୍‌ଙ୍କ ଛବି ଆଙ୍କୁଛି। ଯାହାକୁ ଦେଖି ଆପଣ ବି ଭାବୁକ ହୋଇପଡ଼ିବେ। ସଲମାନ୍‌ ଏମିତି ବହୁତ ଭିଡିଓ ସେୟାର କରିଛନ୍ତି। କିନ୍ତୁ ସଲମାନ୍‌ ବିଳମ୍ବିତ ରାତିରେ ସେୟାର କରିଥିବା ଏହି ଭିଡିଓଟି ସ୍ୱତନ୍ତ୍ର ରହିଛି। ଏହି ଭିଡିଓକୁ କିଛି ଘଣ୍ଟା ମଧ୍ୟରେ ୨ଲକ୍ଷ ୫୧ ହଜାରରୁ ଅଧିକ ଲୋକ ଦେଖି ସାରିଥିଲେ। ସଲମାନ୍‌ ସେୟାର କରିଥିବା ଏହି ଭିଡିଓରେ ଜଣେ ଦିବ୍ୟାଙ୍ଗ କଳାକାର ପାଦରେ ସଲମାନ୍‌ଙ୍କ ଛବି ଆଙ୍କୁ ଥିବା ଦେଖିବାକୁ ମିଳିଛି। ଭିଡିଓ ବ୍ୟାକ୍‌ଗ୍ରାଉଣ୍ଡରେ ସଲମାନ୍‌ଙ୍କ ସିନେମା ‘ହେଲେ ବ୍ରଦର’ର ଗୀତ ‘ତେରି ଚୁନରିଆ...’ ଗୀତ ବାଜୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe