‘ଆଲବିଦା, କେକେ’... କେକେଙ୍କୁ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଲା ଅମୁଲ... ‘ୟାରୋଁ.. ୟାଦ୍‌ ଆୟେଗେଁ ୟେ ପଲ୍‌’...

Advertisment
‘ଆଲବିଦା, କେକେ’... କେକେଙ୍କୁ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଲା ଅମୁଲ... ‘ୟାରୋଁ.. ୟାଦ୍‌ ଆୟେଗେଁ ୟେ ପଲ୍‌’...

Image Courtesy: Twitter

ମୁମ୍ବାଇ: ଦେଶର ଯୁବ ପ୍ରାଣର ସ୍ପନ୍ଦନ ଖ୍ୟାତନାମା ଗାୟକ କେକେଙ୍କ ବିୟୋଗରେ ଗୁରୁବାର ନିଜର ନିଆରା ଅନ୍ଦାଜରେ ତାଙ୍କୁ ନିଜର ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛି ଅମୁଲ।

ଅମୁଲ ଇଣ୍ଡିଆ ଗୁରୁବାର ଦିନ ଏକ ନୂତନ ବିଷୟବସ୍ତୁ ଉପରେ ନିଜର ଚର୍ଚ୍ଚିତ ବିଜ୍ଞାପନ ଜାରି କରିଛି। ଯେଉଁଥିରେ କେକେ ଭାବରେ ଜଣାଶୁଣା ବଲିଉଡର ପ୍ରସିଦ୍ଧ ଗାୟକ କୃଷ୍ଣକୁମାର କୁନନାଥଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ଅମୁଲ। ଉଲ୍ଲେଖଯୋଗ୍ୟ, କୋଲକାତାର ନଜରୁଲ ମଞ୍ଚରେ ଲାଇଭ୍‌ ପ୍ରଦର୍ଶନ ପରେ ହୃଦ୍‌ଘାତରେ ୫୩ ବର୍ଷ ବୟସରେ ମଙ୍ଗଳବାର ରାତିରେ କେକେଙ୍କର ଦୁଃଖଦ ମୃତ୍ୟୁ ଘଟଥିଲା।

ତାଙ୍କୁ ତୁରନ୍ତ ସିଏମଆରଆଇ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରା ଯାଇଥିଲା। ଅମୁଲ ନିଜର ଅଫିସିଆଲ୍‌ ଟ୍ଵିଟର ଆକାଉଣ୍ଟରେ ଗୁରୁବାର ଦିନ କେକେଙ୍କ ସେହି ବହୁ ଚର୍ଚ୍ଚିତ ଗୀତ... ‘ୟାରୋଁ.. ୟାଦ୍‌ ଆୟେଗେଁ ୟେ ପଲ୍‌’... ଆଧାରରେ ଏହାର ପୃଷ୍ଠାରେ ଏକ କଳା ଏବଂ ଧଳା ଟପିକାଲ୍‌ ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛି ସ୍ୱର୍ଗତ ଗାୟକ କେକେଙ୍କୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe