ଟ୍ରମ୍ପଙ୍କୁ କଟାକ୍ଷ କରି ପୋଷ୍ଟ କରିଥିଲେ କଙ୍ଗନା, ହଟାଇବାକୁ କହିଲେ ନଡ୍ଡା

vdgheeth

ନୂଆଦିଲ୍ଲୀ: ଭାରତରେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନେଇ ଚର୍ଚ୍ଚା ଚାଲିଛି। ସେ ଆପଲର ସିଇଓ ଟିମ୍ କୁକଙ୍କୁ ଭାରତରେ ଆଇଫୋନ ନିର୍ମାଣ ନକରିବାକୁ ଅନୁରୋଧ କରିଥିବା ନେଇ ସ‌ାମ୍ନାକୁ ଆସିବା ପରେ ଏବେ ତାଙ୍କୁ ସମାଲୋଚନା କରାଯାଉଛି। ବିଜେପି ସାଂସଦ କଙ୍ଗନା ରାଣାୱତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ବୟାନକୁ କଟାକ୍ଷ କରି ସୋସିଆଲ ମିଡିଆରେ ତାଙ୍କର ବ୍ୟକ୍ତିଗତ ମତ ପୋଷ୍ଟ କରିଥିଲେ, ଯାହାକୁ ସେ ଏବେ ଡିଲିଟ୍ କରିଦେଇଛନ୍ତି। ସେ କହିଛନ୍ତି ଯେ ବିଜେପି ସଭାପତି ଜେପି ନଡ୍ଡା ତାଙ୍କୁ ଫୋନ୍ କରି ଏପରି କରିବାକୁ କହିଥିଲେ। କଙ୍ଗନା ନିଜେ ଏକ ନୂତନ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି।

କଙ୍ଗନା ରାଣାୱତ ତାଙ୍କ ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ, "ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମୋତେ ଫୋନ୍ କରି ସେହି ଟ୍ୱିଟ୍ ଡିଲିଟ କରିବାକୁ କହିଥିଲେ ଯେଉଁଥିରେ ମୁଁ ଟ୍ରମ୍ପ ଆପଲ୍ ସିଇଓ ଟିମ୍ କୁକଙ୍କୁ ଭାରତରେ ଆଇଫୋନ ଉତ୍ପାଦନ ନକରିବାକୁ କହିବା ଉପରେ ମୋର ବ୍ୟକ୍ତିଗତ ମତ ରଖିଥିଲି। ମୁଁ ମୋର ବ୍ୟକ୍ତିଗତ ମତ ପୋଷ୍ଟ କରିଥିବାରୁ ଦୁଃଖିତ। ନିର୍ଦ୍ଦେଶ ଅନୁସାରେ ମୁଁ ଏହାକୁ ତୁରନ୍ତ ଇନଷ୍ଟାଗ୍ରାମରୁ ମଧ୍ୟ ଡିଲିଟ୍ କରିଦେଇଛି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe