ନୂଆଦିଲ୍ଳୀ: କୁହାଯାଏ କୌଣସି ବି କାମ ପାଇଁ କିଛି ବି ବୟସ ନଥାଏ। କୌଣସି ବି ଆରମ୍ଭ କିଛି ବି ବୟସରେ କରାଯାଇପାରେ। ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏହା ସତ ଯେ ୮୩ ବର୍ଷ ବୟସରେ ବାପା ବନିବାକୁ ଯାଉଛନ୍ତି ହଲିଉଡ୍ର ଲୋକପ୍ରିୟ ଅଭିନେତା ଆଲ୍ ପାଚିନୋ। ସେ ୪ର୍ଥ ଥର ପାଇଁ ବାପା ବନିବାକୁ ଯାଉଛନ୍ତି। ଏହି ଖବର ଏବେ ତାଙ୍କ ପ୍ରଶଂସକମାନଙ୍କୁ ବେଶ୍ ଆନନ୍ଦିତ କରିଛି।
ହଲିଉଡ୍ର ଏହି ବରିଷ୍ଠ ଅଭିନେତା ଆଲ୍ ପାଚିନୋଙ୍କ ପ୍ରେମିକା ତଥା ଫିଲ୍ମ ନିର୍ମାତା ନୁର୍ ଅଲ୍ଫଲାହ ଗର୍ଭବତୀ ଅଛନ୍ତି। ଆଲ୍ ପାଚିନୋଙ୍କ ପ୍ରତିନିଧି ଏ ସଂପର୍କରେ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।
ତେବେ ସବୁଠାରୁ ଖୁସିର କଥା ହେଉଛି ଅଭିନେତାଙ୍କ ପ୍ରେମିକାଙ୍କ ଡେଲିଭରିକୁ ଆଉ ମାତ୍ର ୧ ମାସ ବାକି ଅଛି। ଏହା ପୂର୍ବରୁ ସେ ତାଙ୍କ ପୂର୍ବତନ ପ୍ରେମିକା ଜାନ୍ ଟ୍ୟାରେଣ୍ଟଙ୍କ ୩୩ ବର୍ଷୀୟା ଝିଅର ବାପା ମଧ୍ୟ। ପାଚିନୋଙ୍କ ସେହି ଝିଅର ନାମ ଜୁଲି ମେରି।
ସୂଚନାରୁ ଜାଣିବାକୁ ମିଳିଛି ଯେ ୨୯ ବର୍ଷୀୟା ନୁର୍ ୨୦୨୨ ମସିହାରୁ ପାଚିନୋଙ୍କୁ ଡେଟ୍ କରୁଛନ୍ତି। ତେବେ ପାଚିନୋଙ୍କ ଆଗରୁ ଅନ୍ୟ ଜଣେ ପ୍ରେମିକାଙ୍କ ସହ ଦୁଇ ଯାଆଁଳା ପିଲା ବି ଅଛନ୍ତି।
ଜାଣିବାକୁ ମିଳିଛି ଯେ ପାଚିନୋଙ୍କଠାରୁ ତାଙ୍କ ପ୍ରେମିକା ୫୦ ବର୍ଷରୁ ଅଧିକ ସାନ। ସେ ଦୁହିଁଙ୍କୁ ପ୍ରଥମ ଥର ପାଇଁ ଏକ ଡିନର୍ ଡେଟ୍ରେ ଦେଖିବାକୁ ମିଳିଥିଲା। ଦୁହେଁ କରୋନା ସମୟରେ ଲୁଚିଛପି ପରସ୍ପରଙ୍କୁ ଡେଟ୍ କରୁଥିଲେ।
Follow Us