'ପଠାନ'ର ସଫଳତା ପରେ ଆସିବ 'ପଠାନ-୨', ଘୋଷଣା କ‌ଲେ ନିର୍ଦ୍ଦେଶକ

Advertisment
'ପଠାନ'ର ସଫଳତା ପରେ ଆସିବ 'ପଠାନ-୨', ଘୋଷଣା କ‌ଲେ ନିର୍ଦ୍ଦେଶକ

koimoi

ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଶାହରୁଖ ଚାରି ବର୍ଷ ପରେ 'ପଠାନ' ହୋଇ ବଡ଼ ପରଦାରେ ହାଇଚଇ ସୃଷ୍ଟି କରିଛନ୍ତି। ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଆକ୍ସନ୍ ପ୍ୟାକ୍ଡ ଫିଲ୍ମକୁ ଦର୍ଶକଙ୍କ ଭଲପାଇବା ମିଳିଛି। ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହିମଙ୍କ ଅଭିନୀତ ଚଳଚ୍ଚିତ୍ର ଏପର୍ଯ୍ୟନ୍ତ ଅନେକ ରେକର୍ଡ ଭାଙ୍ଗି ସାରିଥିବା ବେ‌ଳେ ଆଗକୁ ବି ବଡ଼ ବଡ଼ ରେକର୍ଡ ସୃଷ୍ଟି କରିବ ବୋଲି ଜଣାପଡ଼ିଛି। ଫିଲ୍ମ ସୁପରହିଟ ହେବା ପରେ ଆଜି ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହିମ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମ୍ମିଳନୀ ସମୟରେ ସିଦ୍ଧାର୍ଥ ଆନନ୍ଦ 'ପଠାନ-୨' ଆସିବା ନେଇ ଘୋଷଣା କରିଥିବା ଜଣାପଡ଼ିଛି।

ତେବେ ଫିଲ୍ମ 'ପଠାନ' ଜାନୁଆରି ୨୫ରେ ୧୦୦ଟି ଦେଶର ୮୦୦୦ରୁ ଅଧିକ ପରଦାରେ ମୁକ୍ତିଲାଭ କରିଥିଲା। ରିଲିଜ ପରେ ଏହାର ସ୍କ୍ରିନ ସଂଖ୍ୟା ଆହୁରି ୩୦୦କୁ ବଢ଼ାଇ ଦିଆଯାଇଥିଲା। ଏବେ ରିଲିଜର ପଞ୍ଚମ ଦିନରେ ଭାରତରେ ଫିଲ୍ମଟି ୨୦୦କୋଟି କ୍ଲବରେ ସାମିଲ ହୋଇସାରିଥିବାରୁ ଆଗକୁ ଏହା ୫୦୦କୋଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହି ଭଲପାଇବାକୁ ଦେଖି ସିଦ୍ଧାର୍ଥ ଆନନ୍ଦ 'ପଠାନ-୨' ଆଣିବା ନେଇ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe