ଅମୀର ଖାନ୍‌ଙ୍କ ପେଟ ଉପରେ ଝିଅ ଇରାଙ୍କ ମସ୍ତି, ଦର୍ଶକ କ’ଣ କହିଲେ ଏହି ପଟୋକୁ ଦେଖି ?

Advertisment
ଅମୀର ଖାନ୍‌ଙ୍କ ପେଟ ଉପରେ ଝିଅ ଇରାଙ୍କ ମସ୍ତି, ଦର୍ଶକ କ’ଣ କହିଲେ ଏହି ପଟୋକୁ ଦେଖି ?

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଅମୀର ଖାନ୍‌ ନିଜର ସଂପର୍କୀୟ ଭାଇ ତଥା ପ୍ରଖ୍ୟାତ ନିର୍ଦ୍ଦେଶକ ମନସୁର ଖାନ୍‌ଙ୍କ ଜନ୍ମଦିନ ମନାଇବା ଲାଗି ନିଜ ପରିବାର ସହିତ ମନସୁରଙ୍କ ଘରେ ପହଂଚିଥିଲେ।
ସେଠାକୁ ଅମୀର ଖାନ୍‌ ତାଙ୍କ ପତ୍ନୀ କିରଣ ରାଓ, ପୁଅ ଆଜାଦ୍‌ ରାଓ ଖାନ୍‌ ଓ ଝିଅ ଇରା ଖାନ୍‌ଙ୍କ ଯାଇଥିଲେ। ସେଠାରେ ଝିଅ ଇରା ଖାନ୍‌ ବାପା ଅମୀର ଖାନଙ୍କ ସହିତ ଅଧିକ ସମୟ ବିତାଇଥିଲେ। ସେହି ସମୟରେ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।
ଏହି ଫଟୋକୁ ଅମୀର ଖାନ୍‌ ନିଜର ଫେସବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏଥିରେ ଝିଅ ଇରାଙ୍କ ସହିତ ଏକ ପାର୍କରେ ମସ୍ତି କରୁଥିବାର ଦେଖିବାକୁ ମିଳିଛି। ସେହି ଫଟୋରେ ଅମୀର ଖାନ୍‌ଙ୍କ ପେଟ ଉପରେ ଝିଅ ଇରା ବସି ମସ୍ତି କରୁଥିବାର ଦେଖିବାକୁ ମିଳିଛି। ଏହାକୁ କିନ୍ତୁ ଅମୀର ଖାନ୍‌ଙ୍କ ପ୍ରଶଂସକମାନେ ନାପସନ୍ଦ କରିଛନ୍ତି। ଏହାକୁ ନେଇ ୟୁଜର୍ସ ଉଭୟ ଅମୀର ଓ ଇରାଙ୍କୁ ଟ୍ରୋଲ୍‌ କରୁଛନ୍ତି ଓ ଏହା ଉପରେ ଅଶ୍ଳୀଳ ଟିପ୍ପଣୀ ବି ଦେଉଛନ୍ତି।

publive-image
ଜଣେ ୟୁଜର୍‌ ଲେଖିଛନ୍ତି, ଅମୀର ସାର୍‌ , ରମଜାନ୍‌ ମାସ ଚାଲିଛି, ଇଏ ଆପଣଙ୍କ ଝିଅ, ରମଜାନ୍‌ ସମୟରେ ତାଙ୍କୁ ଉପଯୁକ୍ତ ପୋଷାକ ପିନ୍ଧିବା ଦରକାର। ମୁସଲିମ୍‌ ହୋଇ କିଛି ସରମ ତ କରନ୍ତୁ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe