ପର୍ନୋଗ୍ରାଫିକ୍‌ ଫିଲ୍ମ କରନ୍ତୁ ବୋଲି ପ୍ରଶଂସକ ମନ୍ତବ୍ୟ ଦେବା ପରେ ଅମୀଷା ବିଚଳିତ ହୋଇପଡ଼ିଛନ୍ତି

Advertisment
ପର୍ନୋଗ୍ରାଫିକ୍‌ ଫିଲ୍ମ କରନ୍ତୁ ବୋଲି ପ୍ରଶଂସକ ମନ୍ତବ୍ୟ ଦେବା ପରେ ଅମୀଷା ବିଚଳିତ ହୋଇପଡ଼ିଛନ୍ତି

‘କହୋ ନା ପ୍ୟାର ହୈ’ ମାଧ୍ୟମରେ ବଲିଉଡ୍‌ରେ ପାଦ ଦେଇଥିଲେ ଅମୀଷା ପଟେଲ। ଫିଲ୍ମଟି ବିଶେଷ ବ୍ୟବସାୟିକ ସଫଳତା ହାସଲ କରିପାରିଥିଲେ ହେଁ ଅମୀଷାଙ୍କ ପେସାଦାର ଅଭିନେତ୍ରୀ ଜୀବନ ଯେତିକି ବେଗ ନେବା କଥା, ଆଜି ପର୍ଯ୍ୟନ୍ତ ନେଇପାରିନାହିଁ। ୨୦୧୩ ପରଠାରୁ ସେ ଗୋଟିଏ ହେଲେ ଫିଲ୍ମରେ ଦେଖିବାକୁ ମିଳିନାହାନ୍ତି। ଏବେ ହାତରେ ଯେଉଁ ଗୋଟିଏ-ଦୁଇଟି ଫିଲ୍ମ ଅଛି, ତାହା ମୁକ୍ତିଲାଭ କରିପାରିବନାହିଁ ବୋଲି ଆଶଙ୍କା କରାଯାଉଛି। ବୟସ ବୟାଳିଶ ହୋଇସାରିଲାଣି। ବିବାହ ମଧ୍ୟ କରିନାହାନ୍ତି। ତେବେ, ଗ୍ଲାମର୍‌ ଦୁନିଆ ଛାଡ଼ିବା ପାଇଁ ପ୍ରସ୍ତୁତ ନାହାନ୍ତି। ଚର୍ଚ୍ଚାରେ ରହିବା ଲାଗି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହୁଛନ୍ତି।

publive-image

ମଝିରେ ମଝିରେ ସ୍ୱଳ୍ପ ବସ୍ତ୍ର ପରିଧାନ କରିଥିବା ଫଟୋ ଛାଡ଼ୁଛନ୍ତି। ସେସବୁ ଦେଖି କିଛି ପ୍ରଶଂସକ ଉତ୍ତେଜିତ ହେବା ସ୍ୱାଭାବିକ। କେହି କେହି ପରାମର୍ଶ ମଧ୍ୟ ଦେଉଥିବା ଦେଖାଯାଉଛି। ନିକଟରେ ତାଙ୍କର ଏକ ଅର୍ଦ୍ଧ-ନଗ୍ନ ଫଟୋ ବେଶ୍‌ ଚର୍ଚ୍ଚିତ ହୋଇଥିଲା। ବହୁ ସଂଖ୍ୟକ ପ୍ରଶଂସକ ମନ୍ତବ୍ୟ ଦେବା ନାମରେ, ଅମୀଷା ଏଣିକି ଅଶଡ଼ ଫିଲ୍ମ ବା ପର୍ନୋଗ୍ରାଫିକ୍‌ ଫିଲ୍ମ କରନ୍ତୁ ବୋଲି ପରାମର୍ଶ ଦେବା ପରେ, ସେ ବିଚଳିତ ହୋଇପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe