Times of India
ବିଗ୍ ବି ଅମିତାଭଙ୍କୁ ହିନ୍ଦୀରେ ପୋଷ୍ଟ କରିବାକୁ ଲେଖିଥିବା ପ୍ରଶଂସକଙ୍କୁ ଅମିତାଭ ଆଜି କଡ଼ା ଜବାବ ଦେଇଛନ୍ତି। ଅମିତାଭଙ୍କ ଏକ ଟ୍ବିଟ୍ରେ ତାଙ୍କର ଜଣେ ପ୍ରଶଂସକ ଲେଖିଥିଲେ, ଅମିତାଭ୍ ଜୀ ଯଦି ଆପଣଙ୍କ ପୋଷ୍ଟ ହିନ୍ଦୀରେ ହୋଇଥାନ୍ତା, ତେବେ ଭଲ ହୋଇଥା’ନ୍ତା। ଏହାର ଉତ୍ତରରେ ଅମିତାଭ ଲେଖିଥିଲେ, ଆପଣ ବି ଲେଖିଥିବା ‘ପୋଷ୍ଟ’ ଶବ୍ଦର ହିନ୍ଦୀ ଏଠାରେ ବ୍ୟବହାର କରନ୍ତୁ। ପ୍ରକାଶ ଥାଉ କି, ସ୍ବାଧୀନତା ଦିବସ ଅବସରରେ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ରବିନ ହୁଡ୍ ଆର୍ମି’ ସାରା ବିଶ୍ବର ୩୦ ମିଲିଅନ୍ ଲୋକଙ୍କୁ ଖାଇବାକୁ ଦେବାକୁ ଘୋଷଣା କରିବା ପରେ ବିଗ୍ ବି ସେମାନଙ୍କୁ କୃତଜ୍ଞତା ଜଣାଇବାକୁ ଯାଇ ଉକ୍ତ ଟ୍ବିଟ୍ କରିଥିଲେ।
Follow Us