ରାମ ମନ୍ଦିର ନିକଟରେ ପିତାଙ୍କ ସ୍ମାରକୀ ନିର୍ମାଣ କରିବେ ଅମିତାଭ ବଚ୍ଚନ, ଅଯୋଧ୍ୟାରେ କିଣିବେ ଆଉ ଏକ ଜମି

Advertisment

ବଲିଉଡର ଶେହେନଶାହ ଅମିତାଭ ବଚ୍ଚନ ତାଙ୍କ ଚଳଚ୍ଚିତ୍ରରୁ ରୋଜଗାର କରୁଥିବା କୋଟି କୋଟି ଟଙ୍କାର ଏକ ପ୍ରମୁଖ ଅଂଶ ସମ୍ପତ୍ତିରେ ବିନିଯୋଗ କରିଛନ୍ତି। ଅନେକ ଆପାର୍ଟମେଣ୍ଟ ଏବଂ ଜମି କିଣିବା ବ୍ୟତୀତ, ବିଗ୍ ବି ରାମ ନଗରୀ ଅଯୋଧ୍ୟାରେ ମଧ୍ୟ ଜମି କିଣିଛନ୍ତି।

ବଲିଉଡର ଶେହେନଶାହ ଅମିତାଭ ବଚ୍ଚନ ତାଙ୍କ ଚଳଚ୍ଚିତ୍ରରୁ ରୋଜଗାର କରୁଥିବା କୋଟି କୋଟି ଟଙ୍କାର ଏକ ପ୍ରମୁଖ ଅଂଶ ସମ୍ପତ୍ତିରେ ବିନିଯୋଗ କରିଛନ୍ତି। ଅନେକ ଆପାର୍ଟମେଣ୍ଟ ଏବଂ ଜମି କିଣିବା ବ୍ୟତୀତ, ବିଗ୍ ବି ରାମ ନଗରୀ ଅଯୋଧ୍ୟାରେ ମଧ୍ୟ ଜମି କିଣିଛନ୍ତି।

tamitabhbac

ମୁମ୍ବାଇ: ବଲିଉଡର ଶେହେନଶାହ ଅମିତାଭ ବଚ୍ଚନ ତାଙ୍କ ଚଳଚ୍ଚିତ୍ରରୁ ରୋଜଗାର କରୁଥିବା କୋଟି କୋଟି ଟଙ୍କାର ଏକ ପ୍ରମୁଖ ଅଂଶ ସମ୍ପତ୍ତିରେ ବିନିଯୋଗ କରିଛନ୍ତି। ଅନେକ ଆପାର୍ଟମେଣ୍ଟ ଏବଂ ଜମି କିଣିବା ବ୍ୟତୀତ, ବିଗ୍ ବି ରାମ ନଗରୀ ଅଯୋଧ୍ୟାରେ ମଧ୍ୟ ଜମି କିଣିଛନ୍ତି। ଏବେ ଏହି ବରିଷ୍ଠ ଅଭିନେତା ଅଯୋଧ୍ୟାରେ ଆଉ ଏକ ଜମି କିଣିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

ଜାତୀୟ ଗଣମାଧ୍ୟମ ଇ-ଟାଇମ୍ସ ଅନୁଯାୟୀ, ଅମିତାଭ ବଚ୍ଚନ ଅଯୋଧ୍ୟାରେ 'ହରିବଂଶ ରାୟ ବଚ୍ଚନ' ଟ୍ରଷ୍ଟ ନାମରେ ଏକ ଜମି କିଣିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଗ୍ରୀନଫିଲ୍ଡ ଟାଉନସିପ୍ ନିକଟବର୍ତ୍ତୀ ତିହୁରା ମାଞ୍ଜା ଅଞ୍ଚଳରେ ୫୪,୪୫୪ ବର୍ଗଫୁଟ ପରିମିତ ଏହି ଜମି ରାମ ମନ୍ଦିରଠାରୁ ମାତ୍ର ୧୦କିଲୋମିଟର ଦୂରରେ ଅବସ୍ଥିତ। ଏହାର ମୂଲ୍ୟ ୮୪ ଲକ୍ଷ ଟଙ୍କା ବୋଲି ଜଣାଯାଇଛି। ଏହି ଜମିକୁ ଅମିତାଭ ବଚ୍ଚନ ତାଙ୍କ ପିତା ତଥା ଦିବଂଗତ କିମ୍ବଦନ୍ତୀ ଲେଖକ ହରିବଂଶ ରାୟ ବଚ୍ଚନଙ୍କ ସମାଧି ପାଇଁ ବ୍ୟବହାର କରିବେ ବୋଲି କୁହାଯାଉଛି।

ଅମିତାଭ ବଚ୍ଚନ ପୂର୍ବରୁ ଜାନୁଆରି ୧୬ ତାରିଖରେ ଅଯୋଧ୍ୟାର ହବେଲି ଅବଧରେ ଆଉ ଏକ ଜମି କିଣିଥିଲେ। ସେତେବେଳେ ସେ ଏହି ଜମି ଖଣ୍ଡକୁ ୪.୫୪ କୋଟି ଟଙ୍କାରେ କିଣିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe