ଅମିତାଭ ପହଲଗାମ ଆକ୍ରମଣ ଓ ସିନ୍ଦୂରକୁ ନେଇ କବିତା ମାଧ୍ୟମରେ ଜଣାଇଲେ ପ୍ରତିକ୍ରିୟା

Advertisment

ବିଗ୍ ବି ଏକ୍ସରେ ପହଲଗାମ୍ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୂର ଉପରେ କବିତା ମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ଆ‌ତଙ୍କବାଦୀ ଆକ୍ରମଣର କଡ଼ା ପ୍ରତିଶୋଧ ନେଲା ଅପରେସନ ସିନ୍ଦୂର।

ବିଗ୍ ବି ଏକ୍ସରେ ପହଲଗାମ୍ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୂର ଉପରେ କବିତା ମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ଆ‌ତଙ୍କବାଦୀ ଆକ୍ରମଣର କଡ଼ା ପ୍ରତିଶୋଧ ନେଲା ଅପରେସନ ସିନ୍ଦୂର।

ପବନଦଦ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରର ପହଲଗାମରେ ଏପ୍ରିଲ ୨୨ ତାରିଖରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରି ୨୬ ଜଣଙ୍କୁ ହତ୍ୟା କରିଥିଲେ। ଆତଙ୍କବାଦୀଙ୍କ ଏହି ଆକ୍ରମଣର ଜବାବ ଭାରତୀୟ ସେନା ମଇ ୭ ତାରିଖରେ 'ଅପରେସନ୍ ସିନ୍ଦୂର' ଜରିଆରେ ଦେଇ ଦେଇଛନ୍ତି। ଭାରତର ଏହି ଅପରେସନରେ ପାକିସ୍ତାନ ଥରହର ହୋଇ ଉଠିଥିଲା। ଭାରତ  ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ୯ଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା।

'ଅପରେସନ୍ ସିନ୍ଦୂର' ପରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ଭାରତର ସୈନ୍ୟ ପାକିସ୍ତାନର ସମସ୍ତ ଡ୍ରୋନକୁ ମାରି ଖସାଇ ଦେଇଥିଲେ।ଭାରତର ଏହି ବଡ଼ ପଦକ୍ଷେପ ପରେ, ଅନେକ ଭାରତୀୟ କଳାକାର ସେନା ଏବଂ ସରକାରଙ୍କ ପ୍ରଶଂସା କରିଥିଲେ, କିନ୍ତୁ ଅମିତାଭ ବଚ୍ଚନ ଏପର୍ଯ୍ୟନ୍ତ ନୀରବ ରହିଥିଲେ। 

ସମ୍ପ୍ରତି ବିଗ୍ ବି ଏକ୍ସରେ ପହଲଗାମ୍ ଆକ୍ରମଣ ଏବଂ ଅପରେସନ୍ ସିନ୍ଦୂର ଉପରେ କବିତା ମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘  'ଛୁଟି କାଟିବା ସମୟରେ, ସେହି ରାକ୍ଷସ, ନିର୍ଦ୍ଦୋଷ ଦମ୍ପତିଙ୍କୁ  ଟାଣି, ସ୍ୱାମୀଙ୍କୁ ଉଲଗ୍ନ କରି ଗୁଳି କରିଥିଲା, ଏହି ସମୟରେ ପତ୍ନୀ ଆଣ୍ଠୁମାଡ଼ି  କାନ୍ଦି କାନ୍ଦି ତାଙ୍କ ସ୍ୱାମୀଙ୍କୁ ହତ୍ୟା ନକରିବାକୁ ଅନୁରୋଧ କରିବା ପରେ ମଧ୍ୟ; ସେହି କାପୁରୁଷ ରାକ୍ଷସ ତାଙ୍କ ସ୍ୱାମୀଙ୍କୁ ନିର୍ମମ ଭାବରେ ଗୁଳି କରିଥିଲା, ସ୍ତ୍ରୀ ବିଧବା ହୋଇଗଲେ !!! 
ଯେତେବେଳେ ସ୍ତ୍ରୀ କହିଲା "ମୋତେ ମଧ୍ୟ ମାରିଦିଅ!!" ସେ ରାକ୍ଷସ କହିଲା 'ନା!' ତୁମେ ଯାଇ "..." କୁହ! ଏସବୁର କଡ଼ା ପ୍ରତିଶୋଧ ନେଲା ଅପରେସନ ସିନ୍ଦୂର।

ଜୟ ହିନ୍ଦ, ଜୟ ହିନ୍ଦ କି ସେନା, ଏହା କେବେ ବନ୍ଦ ହେବ ନାହିଁ, ଏହା କେବେ ପଛକୁ ଫେରିବ ନାହିଁ; ତୁମେ କେବେ ମୁଣ୍ଡ ନୁଆଁଇବ ନାହିଁ, କର ଶପଥ, କର ଶପଥ, କର ଶପଥ! ଅଗ୍ନିପଥ! ଅଗ୍ନିପଥ! ଅଗ୍ନିପଥ!!!'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe