କଠୁଆ ଓ ଉନ୍ନାଓ ଦୁଷ୍କର୍ମ ମାମଲାକୁ ନେଇ ଅମିତାଭ ଦେଲେ ଏଭଳି ପ୍ରତିକ୍ରିୟା

Advertisment
କଠୁଆ ମାମଲାରେ ଅମିତାଭଙ୍କ ବୟାନ: ଆଲୋଚନା କଲେ ଘୃଣା ଲାଗୁଛି

ନୂଆଦିଲ୍ଲୀ: ମହିଳା ଓ ଶିଶୁମାନଙ୍କ ସହିତ ହେଉଥିବା ଅପରାଧକୁ ରୋକିବା ତଥା ଏଭଳି ଅପରାଧ ସହିତ ଜଡ଼ିତ ଥିବା ଦୋଷୀକୁ କୋଠରରୁ କୋଠର ଦଣ୍ଡ ଦେବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ଆନ୍ଦୋଳନ ଜାରି ରଖିଛନ୍ତି। କଠୁଆ ଓ ଉନ୍ନାଓ ଦୁଷ୍କର୍ମକୁ ନେଇ କେତେକ ବଲିଉଡ୍‌ ସେଲିବ୍ରିଟି ନିଜର କ୍ରୋଧ ଦେଖାଇଛନ୍ତି। ତେବେ ଏହି ମାମଲାକୁ ନେଇ ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ବି ଖୁବ୍‌ ଅସନ୍ତୋଷ ବ୍ୟକ୍ତ କରି ପ୍ରତିକ୍ରିୟା ରଖିଛନ୍ତି।

publive-image

ସିନେମା ‘୧୦୨ ନଟ ଆଉଟ୍‌’ର ଗୀତ ଲଞ୍ଚ ହେବା ପରେ ଅଭିନେତା ଅମିତାଭ ବଚ୍ଚନଙ୍କୁ କେତେଟି ପ୍ରଶ୍ନ ପଚରା ଯାଇଥିଲା। ସେଥିରେ କଠୁଆ ଓ ଉନ୍ନାଓ ଦୁଷ୍କର୍ମ ମାମଲା ପ୍ରସଙ୍ଗ ବି ସାମିଲ ଥିଲା। ଅମିତାଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନା ବେଟି ବଚାଓ ବେଟି ପଢ଼ାଓର ବ୍ରାଣ୍ଡ ଆମ୍ବସଡର ଅଛନ୍ତି। ସେ ବିଭିନ୍ନ ମଞ୍ଚରେ କନ୍ୟା ଓ ମହିଳାଙ୍କ ସୁରକ୍ଷା ଓ ଅଧିକାରକୁ ନେଇ ଭାଷଣ ଦେଇ ଥାଆନ୍ତି। ତେବେ କିଛି ଦିନ ହେବ କଠୁଆ ଓ ଉନ୍ନାଓ ଦୁଷ୍କର୍ମ ମାମଲା ଦେଶକୁ ଦୋହଲାଇ ରଖି ଦେଇଛି। ଏଭଳି ଅପରାଧକୁ ନେଇ ଅମିତାଭ କ’ଣ ମତ ରଖିବେ ବୋଲି ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନର ଜବାରେ ବିଗ ବି ଦୁଃଖ ମନରେ କହିଲେ ଏହି ବିଷୟରେ ଚର୍ଚ୍ଚା କରିବାକୁ ବି ମୋତେ ଘୃଣା ଲାଗୁଛି। ଏ ସମ୍ପର୍କରେ ମୋତେ କିଛି ପଚାର ନାହିଁ। ଏହି କଥା କହିବା ମୋର ପାଇଁ ବହୁ କଷ୍ଟ। ଏଭଳି ଘଟଣା ଶୁଣିଲେ ମୋତେ ଭୟ ଲାଗେ।

ଏମିତି ଅନେକ ସେଲିବ୍ରିଟି ଯେଉଁମାନେ କି ଦୁଷ୍କର୍ମ ପୀଡତତାଙ୍କୁ ନ୍ୟାୟ ଦେବା ପାଇଁ ରାସ୍ତାକୁ ଓହ୍ଲାଇ ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe