କେବିସି ମଞ୍ଚରେ ପତ୍ନୀ ଜୟା ଏମିତି କ’ଣ କହି‌ଲେ ଯେ କାନ୍ଦି ପକାଇଲେ ବିଗ୍‌ ବି?

Advertisment
କେବିସି ମଞ୍ଚରେ ପତ୍ନୀ ଜୟା ଏମିତି କ’ଣ କହି‌ଲେ ଯେ କାନ୍ଦି ପକାଇଲେ ବିଗ୍‌ ବି?

www.aajtak.in

ମୁମ୍ବାଇ: ଆଗାମୀ ୧୧ ତାରିଖରେ ‘କୌନ୍‌ ବନେଗା କରୋଡ଼ପତି’ର ସିଜିନ୍‌ ୧୪ରେ ବଡ଼ ଖୁଲାସା ହେବାକୁ ଯାଉଛି। ଏପରି କ’ଣ ସେ କଥା ଯାହା ମେଗା‌େଷ୍ଟାର୍‌ ଅମିତାଭ ବଚ୍ଚନଙ୍କୁ କନ୍ଦେଇ ଦେଇଛି। ଯାହାର ଉତ୍ତର ଜାଣିବା ପାଇଁ ଆମକୁ ଏବେ ୫ ଦିନ ଅପେକ୍ଷା କରିବାକୁ ପଡ଼ିବ।

‘କୌନ୍‌ ବନେଗା କରୋଡ଼ପତି’ର ଅକ୍ଟୋବର ୧୧ରେ ଥିବା ଏପିସୋଡ୍‌ ବିଗ୍‌ ବିଙ୍କ ଜନ୍ମଦିନ ସ୍ବତନ୍ତ୍ର ଏପିସୋଡ୍‌ ହେବ। ଏହି ଏପିସୋଡ୍‌ରେ ବିଗ୍‌ ବିଙ୍କ ସହ ପୁଅ ଅଭିଷେକ ବଚ୍ଚନ ଓ ପତ୍ନୀ ଜୟା ବଚ୍ଚନଙ୍କୁ ବି ମଞ୍ଚ ଉପରେ ଦେଖିବାକୁ ମିିଳିଛି।

ଆଗାମୀ ୧୧ ତାରିଖରେ ଅମିତାଭ ବଚ୍ଚନଙ୍କୁ ୮୦ ବର୍ଷ ପୂରିଯିବ। ଏହି ଅବସରରେ ପୂରା ଉତ୍ସବମୁଖର ହୋଇ ଉଠୁଛି କେବିସି ମଞ୍ଚ। ଏହି କାରଣରୁ ଅମିତାଭ ବଚ୍ଚନ ଓ କେବିସିର ପୂରା ପ୍ରଶଂସକଙ୍କୁ ମିଳିବ ବଡ଼ ସର୍‌ପ୍ରାଇଜ୍‌।

ତେବେ ଏହି ମଞ୍ଚରେ ପ୍ରଥମ ଥର ପାଇଁ ନଜର ଆସିବେ ଜୟା ବଚ୍ଚନ। ସୋ’ରେ ଏପରି କିଛି ଘଟିଛି ଯାହାକି ଅମିତାଭ ବଚ୍ଚନଙ୍କୁ ଖୁବ ଭ‌ାବପ୍ରବଣ କରି ପକ‌ାଇଛି।

ଅମିତାଭ ଏତେ ପରିମାଣରେ ଭାବୁକ ହୋଇ ଯାଇଛନ୍ତି ଯେ ତାଙ୍କ ଆଖିରେ ଲୁହ ଯକେଇ ଆସିଥିବାର ଦେଖିବାକୁ ମିଳିଛି। ପ୍ରୋମ ଭିଡିଓରେ ଦେଖିବାକୁ ମିଳିଛି ଯେ ମଞ୍ଚରେ ଅମିତାଭ ବଚ୍ଚନଙ୍କ ସହ ଏକତ୍ର ନଜର ଆସିଛନ୍ତି ଅଭିଷେକ ବଚ୍ଚନ।

ତା’ପରେ ଅଭିଷେକ କହୁଛନ୍ତି କି ସର୍‌ପ୍ରାଇଜ୍‌। ଏବେ ଆମେ ସ୍ବାଗତ କରିବା ସଂପର୍କରେ ଯିଏ ମୋ ମାଆ। ତାପରେ ମଞ୍ଚକୁ ଆସୁଛନ୍ତି ଜୟା ବଚ୍ଚନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe