ଛଟ ପୂଜାର ଶୁଭକାମନା ଦେବା ସମୟରେ ଭୁଲ ହୋଇଗଲା ଲେଖା, ଟ୍ରୋଲ ହେଲେ ଅମିତାଭ ବଚ୍ଚନ

Advertisment
ଛଟ ପୂଜାର ଶୁଭକାମନା ଦେବା ସମୟରେ ଭୁଲ ହୋଇଗଲା ଲେଖା, ଟ୍ରୋଲ ହେଲେ ଅମିତାଭ ବଚ୍ଚନ
ନୂଆଦିଲ୍ଲୀ: ଆଜି ବିହାର ସମେତ ସମଗ୍ର ଭାରତରେ 'ଛଟ' ପୂଜା ପାଳନ କରାଯାଉଛି। ସୋସିଆଲ ମିଡିଆରେ ‘ଛଟ’ ପୂଜାକୁ ନେଇ ପରସ୍ପର ପରସ୍ପରକୁ  ଶୁଭକାମନା ଜଣାଉଛନ୍ତି। ଏହି କ୍ରମରେ ଆଜି ଅମିତାଭ ବଚ୍ଚନ ମଧ୍ୟ ଦେଶବାସୀଙ୍କୁ ଟୁଇଟ ଜରିଆରେ ‘ଛଟ’ ପୂଜାର  ଶୁଭକାମନା ଦେଇଥିଲେ।
ଅମିତାଭ ବଚ୍ଚନ ଟୁଇଟରେ ଶୁଭକାମନାର ବାର୍ତ୍ତା ପୋଷ୍ଟ କରିବାର କିଛି ସମୟ ମଧ୍ୟରେ ଟ୍ରୋଲ ହୋଇଯାଇଥିଲେ। କାରଣ ସେ ତାଙ୍କ ବାର୍ତ୍ତାରେ ଭୁଲ୍ ଲେଖି ଦେଇଥିଲେ। ଯେଉଁ କାରଣରୁ ଲୋକମାନେ ଅମିତାଭ ବଚ୍ଚନଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ।

ବାସ୍ତବରେ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଲେଖିଥିଲେ ଯେ 'ଛଟ ପୂଜା (ପ୍ରତିହାର ଷଷ୍ଠୀ/ ସୂର୍ଯ୍ୟ ଷଷ୍ଠୀ) ... ସମସ୍ତଙ୍କୁ ନମସ୍କାର ... । ଶୁକ୍ରବାର ନଭେମ୍ବର ୨୦ | ଛଟ ପୂଜାର ଅନେକ ଅନେକ ଶୁଭକାମନା। କିନ୍ତୁ ଅମିତାଭ ତାଙ୍କ ଟ୍ୱିଟରେ 'ଛଟ' ବଦଳରେ 'ଛତ' ଲେଖି ଦେଇଥିଲେ। ଯେଉଁଥିପାଇଁ ଲୋକମାନେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ। ଲୋକମାନେ ଅମିତାଭଙ୍କୁ ପରିହାସ ବି କରିଥିଲେ।
କିଛି ଉପଭୋକ୍ତା ଅମିତାଭଙ୍କ ଟୁଇଟକୁ ଦେଖି ଲେଖିଥି‌ଲେ 'ଛତ ପୂଜା ନୁହେଁ ଛଟ ପୂଜା ହୋଇଥା୍ଏ ଚାଚା' । ଆଉ କେହି ଲେଖିଥିଲେ 'ଛଟ ପୂଜା ଲେଖିବା ଶିଖି ଯାଆନ୍ତୁ ଅମିତାଭ ସାର’। ସେହିପରି ‘ଛଟକୁ ଛତ କହି ପର୍ବକୁ ପରିହାସ କରନ୍ତୁ ନାହିଁ। ଦୟାକରି ସଠିକ୍ ଭାବରେ ପଢ଼ିବା ଏବଂ ଲେଖିବା ଶିଖନ୍ତୁ’ ବୋଲି କେହି କେହି ଟୁଇଟର ବ୍ୟବହାରକାରୀ ଲେଖିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe