ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟାଙ୍କ ଦେଶୀ ଲୁକ୍‌; ଦାମୀ କାର ଛାଡ଼ି ଚଳାଇଲେ ଟ୍ରାକ୍ଟର

Advertisment
ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟାଙ୍କ ଦେଶୀ ଲୁକ୍‌; ଦାମୀ କାର ଛାଡ଼ି ଚଳାଇଲେ ଟ୍ରାକ୍ଟର

jagran

ନୂଆଦିଲ୍ଲୀ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛନ୍ତି । ସ୍ୱାସ୍ଥ୍ୟ କମ୍ପାନି ଆରା ହେଲ୍ଥର ସହ-ପ୍ରତିଷ୍ଠାତା ନବ୍ୟା ନିକଟରେ ଗୁଜୁରାଟର ଏକ ଗାଁରେ ପହଞ୍ଚିଥିଲେ, ଯେଉଁଠାରେ ସେ ବିଳାସପୂର୍ଣ୍ଣ କାର ବଦଳରେ କ୍ଷେତରେ ଟ୍ରାକ୍ଟର ଚଳାଉଥିବା ନଜର ଆସିଥିଲେ ।

ନବ୍ୟା ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ, ଏଥିରେ ତାଙ୍କ ସରଳତାକୁ ପ୍ରଶଂସକମାନେ ବେଶ୍ ପସନ୍ଦ କରିଥିଲେ । ଏହି ଭିଡିଓରେ ନାବ୍ୟା ଏକ ସୁନ୍ଦର ସୁଟ ପିନ୍ଧି ଟ୍ରାକ୍ଟର ଚଳାଉଥିବା ଦେଖିବାକୁ ମିଳିଥିଲା । ସେ ଗୁଜୁରାଟରେ ପହଞ୍ଚି ଆରା ହେଲ୍ଥ ଦ୍ୱାରା ଆୟୋଜିତ ଏକ ସଭାରେ ଉପସ୍ଥିତ ଥିବା ମହିଳାମାନଙ୍କୁ ଭେଟିଥିଲେ ଏବଂ ଭିଡିଓର କ୍ୟାପସନରେ ଲେଖିଥିଲେ ଗଣେଶପୁର, ଗୁଜୁରାଟ । ସେହି ଭିଡିଓ ଦେଖି ଜଣେ ପ୍ରଶଂସକ ଲେଖିଛନ୍ତି, 'ଏତେ ବଡ଼ ଘରର ଝିଅ ହୋଇ କିପରି ସାଧାରଣ ଲୋକଙ୍କ ପରି ଟ୍ରାକ୍ଟର ଚଳାଉଛନ୍ତି ତାହା ଦେଖିବାର କଥା।’ ଅନ୍ୟ ଜଣେ ଦର୍ଶକ ଲେଖିଛନ୍ତି, 'ଏହି ସରଳପଣ ହେତୁ ଆପଣ ଅନ୍ୟମାନଙ୍କୁ ପ୍ରଭାବିତ କରୁଛନ୍ତି। ସେହି ଭିଡିଓରେ ଅନ୍ୟ ଜଣେ 'ଭାରତୀୟ ବିୟୁଟି' ଲେଖିଥିବା ବେଳେ କେହି କେହି 'ହାର୍ଟ ଇମୋଜୀ' ଦେଇଛନ୍ତି ।

ନବ୍ୟା କ୍ଷେତରେ କେବଳ ଟ୍ରାକ୍ଟର ଚଲାଇ ନଥିଲେ ସେଠାରେ ଥିବା ସ୍ଥାନୀୟ ଲୋକମାନଙ୍କୁ ମଧ୍ୟ ଭେଟି ଗପସପ ହୋଇଥିଲେ। ନବ୍ୟା ଅମିତାଭଙ୍କ ଝିଅ ଶ୍ୱେତା ବଚ୍ଚନ ଏବଂ ତାଙ୍କ ବ୍ୟବସାୟୀ ସ୍ୱାମୀ ନିଖିଲ ନନ୍ଦାଙ୍କ ଝିଅ, ଯିଏ ଅଭିନେତା କରୀନା କପୁର ଏବଂ ରଣବୀର କପୁରଙ୍କ ସମ୍ପର୍କୀୟ । କିଛି ଦିନ ପୂର୍ବରୁ ନବ୍ୟା ଜେଜେମା ଜୟ ବଚ୍ଚନ ଏବଂ ତାଙ୍କ ମା ଶ୍ୱେତା ବଚ୍ଚନଙ୍କ ସହ ମିଶି ନିଜ ପରିବାରର ଅନେକ କଥା ପ୍ରଶଂସକଙ୍କୁ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe