ଭାବୁକ ହେଲେ ଅମିତାଭ: ଶ୍ରବଣ ଯନ୍ତ୍ର କିଣିବାକୁ କରିଛନ୍ତି ମନସ୍ତ

ପ୍ରତିଯୋଗୀଙ୍କ କଥା ଶୁଣି ଭାବୁକ ହେଲେ ଅମିତାଭ ବଚ୍ଚନ କହିଲେ, ‘ବୟସ ଅଧିକ ହୋଇଗଲାଣି। କଥାବାର୍ତ୍ତା ଶୁଣିବାରେ ଅସୁବିଧା ହେଉଛି। ତେଣୁ ମୁଁ ଏକ ଶ୍ରବଣ ଯନ୍ତ୍ର କଣି ବ୍ୟବହାର କରିବାକୁ ସ୍ଥିର କରିଛି।’

ùZGZeGù


ନୂଆଦିଲ୍ଲୀ: ‘କୌନ ବନେଗା କରୋଡ଼ି ସୋ’ର ଉପସ୍ଥାପକ ଥିବା ଅମିତାଭ ବଚ୍ଚନ ପ୍ରାୟତଃ ତାଙ୍କ ଫ୍ୟାନ୍ସ ଅବା ପ୍ରତିଯୋଗୀଙ୍କ ଦୁଃଖ ସହି ପାରନ୍ତି ନାହିଁ। ସେ ସଙ୍ଗେସଙ୍ଗେ ଭାବୁକ ହୋଇ ଯାଇଥାଆନ୍ତି।

ଚଳିତଥର ‘କୌନ ବନେଗା କରୋଡ଼ି ସୋ’ର  ମହାରାଷ୍ଟ୍ରର ସଙ୍ଗାଲିର ଜଣେ ଦିବ୍ୟାଙ୍ଗ ପ୍ରତିଯୋଗୀ ପ୍ରଶାନ୍ତ ପ୍ରମୋଦ ଜାମଦାଡେ ‌ସାମିଲ ହୋଇଥିଲେ।ସୋ’ରେ  ପ୍ରଶାନ୍ତଙ୍କ ଦୁଃଖ, କଷ୍ଟ ଓ ସଂଘର୍ଷ କଥା ଶୁଣି ଅମିତାଭ ନିଜ ଭାବନାକୁ ଲୁଚାଇ ପାରି ନଥିଲେ। ସେ ଭାବୁକ ହୋଇଯାଇଥିବା ସୋ’ରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା। 

ପ୍ରଶାନ୍ତ ପ୍ରମୋଦ ଜାମଦାଡେ ‘କୌନ ବନେଗା କରୋଡ଼ି ସୋ’ରେ ସାମିଲ ହୋଇ ନିଜ ଜୀବନ ବିଷୟରେ ଅମିତାଭ ବଚ୍ଚନଙ୍କ ସହ ଆଲୋଚନା କରି କହିଥିଲେ, ‘ମୁଁ ଜିତିଥିବା ଅର୍ଥରାଶିରେ ମୋ ବାପାଙ୍କ ପାଇଁ ଏକ ଶ୍ରବଣଯନ୍ତ୍ର କିଣିବି। କାରଣ ତାଙ୍କୁ ଶୁଣାଯାଉ ନାହିଁ। ଯେଉଁଥିପାଇଁ ସେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହିତ ମୋ ଗୋଡ଼ର ଚିକିତ୍ସା କରାଇବି। ’

ଉକ୍ତ ପ୍ରତିଯୋଗୀଙ୍କ ଠାରୁ ଏଭଳି କଥା ଶୁଣି ଅମିତାଭ ବଚ୍ଚନ କହିଲେ, ‘ମୋର ବି ବୟସ ଅଧିକ ହୋଇଗଲାଣି। ତେଣୁ ମୋତେ ବି ଶୁଣିବାରେ ଅସୁବିଧାକ ହେଉଛି। ଭାବୁଛି ମୁଁ ବି ଗୋଟେ ଶ୍ରବଣ ଯନ୍ତ୍ର କିଣି ବ୍ୟବହାର କଲେ ଭଲ ହୁଅନ୍ତା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe