ପ୍ରତିଯୋଗୀଙ୍କ ଦାବି ପୁରଣ କରିବାକୁ ଯାଇ ପିନ୍ଧିଥିବା ‌ଜୋତା ଉପହାରରେ ଦେଲେ ଅମିତାଭ

Advertisment
ପ୍ରତିଯୋଗୀଙ୍କ ଦାବି ପୁରଣ କରିବାକୁ ଯାଇ ପିନ୍ଧିଥିବା ‌ଜୋତା ଉପହାରରେ ଦେଲେ ଅମିତାଭ

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ ବିଧିବଦ୍ଧ ଭାବେ ଲୋକପ୍ରିୟ କ୍ଵିଜ୍‌ ଶୋ’ ‘କୌନ ବନେଗା କରୋଡ଼ପତି(କେବିସି)’ର ୧୬ତମ ସଂସ୍କରଣର ହୋଷ୍ଟ ଭାବେ ପୁଣି ଥରେ ଦର୍ଶକଙ୍କ ନିକଟକୁ ଫେରିଛନ୍ତି।

କେବିସିର ନୂଆ ସଂସ୍କରଣର ପ୍ରିମିୟର ଅଗଷ୍ଟ ୧୨ରେ ହୋଇଥିଲା। ପ୍ରଥମ ପ୍ରତିଯୋଗୀ ଉତ୍କର୍ଷ ବକ୍ସି ୩.୨୦ ଲକ୍ଷ ଟଙ୍କା ଜିତିଥିଲେ। ତେବେ କୌନ ବନେଗା କରୋଡପତି-୧୬ରେ ଉତ୍ତରପ୍ରଦେଶରରୁ ଆସିଥିବା ଛାତ୍ର ତଥା ଚାଷୀ ସୁଧୀର କୁମାରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି।

କେବିସିକୁ ଆସିବା ପରେ ସୁଧୀର ତାଙ୍କ ସଂଘର୍ଷମୟ ଜୀବନ କାହାଣୀ ଅମିତାଭଙ୍କ ସାମ୍ନାରେ ବଖାଣିଥିଲେ। ସୁଧୀରଙ୍କ ଜୀବନ କାହାଣୀ ଅମିତାଭଙ୍କ ହୃଦୟକୁ ସ୍ପର୍ଶ କରିଥିଲା। ସୋ’ରେ ସୁଧୀର ଅମିତାଭଙ୍କ ସ‌ାମ୍ନାରେ ଏକ ଦାବି ରଖିଥିଲେ।

ସୁଧୀରଙ୍କ ଏହି ଦାବି ଟି ଥିଲା ଅମିତାଭ ପିନ୍ଧିଥିବା ଜୋତା ତାଙ୍କୁ ଉପହାରରେ ଦିଅନ୍ତୁ। ସୁଧୀରଙ୍କ ଏହି ଦାବି ଶୁଣି  ଅମିତ‌ାଭ କହିଥିଲେ, ‘ସୋ’ ଚାଲିଛି ମୁଁ ପିନ୍ଧିଥିବା ଜୋତା ଦେଇଦେଲେ ଖାଲି ପାଦ ହୋଇଯିବ। ତେ‌ବେ ମୁଁ ତମ ଦାବି ପୁରୁଣ କରିବାକୁ ଯାଇ ଗୋଟେ କାମ କରି ପାରିବ। ତୁମେ ମୋର ଅନ୍ୟ ହଳ ଜୋତା ନେଇଯିବ। ବ୍ୟସ୍ତ ହୁଅ ନାହିଁ। ତାହାକୁ ବି ମୁଁ ପୂର୍ବରୁ ଅନେକଥର ପିନ୍ଧିଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe