NDTV.com
ମୁମ୍ବାଇ: କୋଭିଡ-୧୯ ବା କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ମେଗା ଷ୍ଟାର୍ ଅମିତାଭ ବଚ୍ଚନ। ସେ ସୁସ୍ଥ ହୋଇ ଘରକୁ ଫେରିବା ପରେ ମଧ୍ୟ ତାଙ୍କ ହୃଦୟ ଏବେ ବି ହସ୍ପିଟାଲ୍ରେ। କାରଣ ତାଙ୍କ ପୁଅ ଅଭିଷେକ ବଚ୍ଚନ ଏବେ ବି ହସ୍ପିଟାଲ୍ରେ କରୋନା ଭାଇରସ୍ର ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।
ମେଗା ଷ୍ଟାର୍ ଅଭିତାଭ ବଚ୍ଚନ ରବିବାର ତାଙ୍କ ବ୍ଲଗ୍ ପୋଷ୍ଟରେ ସେ ଅଭିଷେକଙ୍କ ପାଇଁ ଦୁଃଖୀ ଥିବା ଲେଖିଛନ୍ତି। ସେହିପରି ସେ ଏକ ଟ୍ବିଟ୍ ପୋଷ୍ଟ୍ କରି ଲେଖିଛନ୍ତି, ‘ମୁଁ କୋଭିଡ୍-୧୯ରୁ ସୁସ୍ଥ ହେବା ପରେ ଘରକୁ ଫେରି ଆସିଛି। ସର୍ବଶକ୍ତିମାନଙ୍କ କୃପା, ମାଆ ବାବୁଜୀଙ୍କ ଆଶୀର୍ବାଦ, ମୋର ନିକଟତମ ସଂପର୍କୀୟ ଓ ବନ୍ଧୁଙ୍କୁ ଶୁଭେଚ୍ଛା ଓ ନାନାବତୀ ହସ୍ପିଟାଲ୍ର ନର୍ସଙ୍କର ଉନ୍ନତ ଧରଣର ସେବା ସକାଶେ ଏ ସବୁ ସମ୍ଭବ ହୋଇପାରିଛି।’
ଅଭିଷେକ ବଚ୍ଚନ ମଧ୍ୟ ଅମିତାଭଙ୍କ ସୁସ୍ଥ ହେବା ଖବର ଓ ସେ ଏବେ ବି କରୋନା ପଜିଟିଭ୍ ରହି ଚିକିତ୍ସିତ ହେଉଥିବା କଥା ଦୁଇଟି ଟ୍ବିଟର୍ ପୋଷ୍ଟ୍ ଜରିଆରେ ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ, ଜୁନ୍ ୧୧ ତାରିଖରେ କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ମେଗା ଷ୍ଟାର୍ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନ ମୁମ୍ବାଇର ନାନାବତୀ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ।
Follow Us