ସାଇକେଲ ପାଇଁ ମାଡ଼ ଖାଇ ଜ୍ବରରେ ପଡ଼ିଥିଲେ ଅମିତାଭ

Advertisment

ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କ ୮୨ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି କ୍ରମରେ ତାଙ୍କ ପିଲାଦିନର ଏକ ଘଟଣା ଚର୍ଚ୍ଚାରେ ରହିଛି। ସାଇକେଲ ପାଇଁ ବାପାଙ୍କ ଠାରୁ ମାଡ଼ ଖାଇ ଜ୍ବରରେ ପଡ଼ିଥିଲେ ଅମିତାଭ।

Updated On

ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କ ୮୨ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି କ୍ରମରେ ତାଙ୍କ ପିଲାଦିନର ଏକ ଘଟଣା ଚର୍ଚ୍ଚାରେ ରହିଛି। ସାଇକେଲ ପାଇଁ ବାପାଙ୍କ ଠାରୁ ମାଡ଼ ଖାଇ ଜ୍ବରରେ ପଡ଼ିଥିଲେ ଅମିତାଭ।

ଅଦ୍ୟତନ ହୋଇଛି
ଯଦୗ


ନୂଆଦିଲ୍ଲୀ: ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କ ୮୨ତମ ଜନ୍ମଦିନ ପାଳନ କରୁଛନ୍ତି। ବିଗ୍ ବିଙ୍କର ଏହି ବିଶେଷ ଦିନରେ ବିଶ୍ୱରୁ  ଅମିତାଭଙ୍କ ନିକଟକୁ  ଅଭିନନ୍ଦନ ଏବଂ ଶୁଭେଚ୍ଛା ବାର୍ତ୍ତା ଛୁଟି ଆସୁଛି। ଏହି କ୍ରମରେ ପ୍ରୟାଗରାଜରେ ସ୍ବତନ୍ତ୍ରଶୈଳୀରେ ଅଭିତାଭଙ୍କ ଦୀର୍ଘ ଓ ସୁସ୍ଥ ଜୀବନର କାମନା କରାଯାଇଛି। 

ଅମିତାଭ ବଚ୍ଚନ ଆହ୍ଲାବାଦରେ ପିଲାଦିନର ପ୍ରାୟ ବାର ବର୍ଷ ବିତାଇଛନ୍ତି। ଅମିତାଭ ପିଲାଦିନେ ସାଇକେଲ ଚଳାଇବାକୁ ବହୁତ ପସନ୍ଦ କରୁଥିଲେ। ସେ ଖୁବ ଅଳ୍ପ ବୟସରେ ସାଇକେଲ ଚଳାଇବା ଶିଖି ଯାଇଥିଲେ। ଏହାପରେ ବାପା ହରିବଂଶ ରାୟ ବଚ୍ଚନଙ୍କୁ ସାଇକେଲ କିଣି ଦେବାକୁ ଅମିତାଭ ଜିଦ କରିଥିଲେ। କିନ୍ତୁ ହରିବଂଶ ଅମିତାଭଙ୍କ କୌଣସି କଥା ଶୁଣି ନଥିଲେ।

ଏହି ଜିଦ ପାଇଁ ଅମିତାଭ ବାପାଙ୍କ ଠାରୁ ଗାଳି ଓ ମାଡ଼ ବି ଖାଇଥିଲେ। ଏହାପରେ  ସେ ଜ୍ବରରେ ପଡ଼ି ଯାଇଥିଲେ। ଅମିତାଭଙ୍କୁ ଜ୍ବରରେ ପଡ଼ିଥିବା ଦେଖି ବାପା ବାଧ୍ୟ ହୋଇ ସାଇକେଲ କିଣିଥିଲେ। ଏହାପରେ ବିଗ ବିଙ୍କ ଜ୍ବର ଭଲ ହୋଇଯାଇଥିଲା।

ଅମିତାଭ ନୂଆ ସାଇକେଲ ପାଇ ଖୁସିରେ ସାଙ୍ଗସାଥୀଙ୍କ ସହିତ ଖୁବ ମଜା କରିଥିଲେ। ଏକଦା ସେ ରାସ୍ତାରେ ସାଇକେଲ ନେଇ ଯାଉଥିବା ବେଳେ ଅସାବଧାନତାବଶତଃ ପଡ଼ି ଯାଇ ଗୁରୁତର ଆହତ ହୋଇଥିଲେ। ଏକଥା ଘରେ କହିଲେ କାଳେ ବାପା କି ମା’ ସାଇକେଲ ନେଇଯିବେ ଆଉ ଚଲାଇବାକୁ ଦେବେ ନାହିଁ ସେ ଭୟରେ ସେ ତାଙ୍କ ଆଘାତକୁ ଅନେକ ଦିନ ପର୍ଯ୍ୟନ୍ତ ଲୁଚାଇ ରଖିଥିଲେ।

ଅଧିକପଢ଼ନ୍ତୁ:https://sambad.in/latest/modi-watch-ramayan-7307124

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe