ଜୟାଙ୍କୁ ଶୀଘ୍ର ବିବାହ କରିବାର କାରଣ କ’ଣ ବୋଲି ପ୍ରତିଯୋଗୀ ପଚାରିଥିବା ପ୍ରଶ୍ନର ଏଭଳି ଉତ୍ତର ଦେଲେ ବିଗବି

Advertisment
ଜୟାଙ୍କୁ ଶୀଘ୍ର ବିବାହ କରିବାର କାରଣ କ’ଣ ବୋଲି ପ୍ରତିଯୋଗୀ ପଚାରିଥିବା ପ୍ରଶ୍ନର ଏଭଳି ଉତ୍ତର ଦେଲେ ବିଗବି

ମୁମ୍ବାଇ: ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନ ବଲିଉଡର ଏପରି ଏକ ଷ୍ଟାର ଦମ୍ପତି ଯେଉଁମାନେ ସର୍ବଦା ଚର୍ଚ୍ଚାର ପରିସରରେ ଥାଆନ୍ତି।  ଅମିତାଭ ବଚ୍ଚନ ତାଙ୍କ ସୋ’  ‘କୌନ ବନେଗା କରୋଡ଼ପତି’ରେ  ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଅନେକ କାହାଣୀଗୁଡିକ ପ୍ରାୟତଃ ସେୟାର କରିଥାଆନ୍ତି। ନିକଟର ସେ ଏହି ସୋ’ରେ ଜୟା ବଚ୍ଚନ ସହିତ କାହିଁକି ଶୀଘ୍ର ବିବାହ କରିଥିଲେ ତାହାର କାରଣ  ଦର୍ଶକଙ୍କ ସହିତ ସେୟାର କରିଛନ୍ତି।

ଜଣେ ପ୍ରତିଯୋଗୀଙ୍କ ପ୍ରଶ୍ନର ଉତ୍ତର ଦେଇ ଅମିତାଭ ବଚ୍ଚନ ତାଙ୍କ ବିବାହର କାହାଣୀ ବର୍ଣ୍ଣନା କରିଥିଲେ। ଅମିତ‌ାଙ୍କୁ ପ୍ରତିଯୋଗୀ ପଚାରିଥିଲେ ଆପଣ ଜୟା ମ୍ୟାଡମଙ୍କୁ କ’ଣ ଡାକନ୍ତି। ଏହାର ଉତ୍ତର ଦେଇ ବିଗବି କହିଥିଲେ, ‘ପୂର୍ବରୁ ଜୟା ବିବାହ ପରେ ଜୟା ଜି ଡାକିବା ଆରମ୍ଭ କରିଥିଲି।

ଜୟାଙ୍କ ସହ ଶୀଘ୍ର ବିବାହକୁ ନେଇ ‌ଲୋକେ ଅନେକ ଥର ପ୍ରଶ୍ନ ପଚାରିଛନ୍ତି। ଏହାର ଉତ୍ତର ଦେବାକୁ ଯାଇ ମୁଁ କହିବି,‘ଜୟା ଓ ମୁଁ ‘ଜନଜିର ଫିଲ୍ମ କରିଥିଲୁ। ଏହାର ସଫଳତା ପରେ ସାଙ୍ଗମାନେ ଲଣ୍ଡନ ଯିବାକୁ ଯୋଜନା ଆରମ୍ଭ କରିଥିଲେ। ମୁଁ ଏବଂ ଜୟା ବି ଯିବାକୁ ଚାହୁଁଥିଲୁ। ଲଣ୍ଡନ ଯିବା ସେ ସମୟରେ ଆମ ପାଇଁ ଜରୁରି ବି ଥିଲା।  ଏହି ସମୟରେ ମୋ ବାପା ଏକ ସର୍ତ୍ତ ରଖିଥିଲେ। ଆଉ କହିଥିଲେ ଜୟାଙ୍କୁ ବିବାହ କଲେ ଯାଇ ଏକାଠି ଲଣ୍ଡନ ଯାଇ ପାରିବ। ଏଭଳି ପରିସ୍ଥିତିରେ ଜୟା ବି ତାଙ୍କ ଘରେ ପ୍ରସ୍ତାବ ଦେଇଥିଲେ। ଦୁଇ ପରିବାରଙ୍କ ସମର୍ଥନରେ ଜୟାଙ୍କୁ ବିବାହ କରିଥିଲି। ଯାହାକି ସେ ସମୟରେ ମୋ ଫ୍ୟାନ୍ସଙ୍କୁ ଝଟକା ଲାଗିଥିଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe