କରୋନାରୁ ସୁସ୍ଥ ହେବା ପରେ କେବିସି ପାଇଁ ସୁଟିଂ କାର୍ଯ୍ୟ ଆରମ୍ଭ କଲେ ଅମିତାଭ ବଚ୍ଚନ

Advertisment
କରୋନାରୁ ସୁସ୍ଥ ହେବା ପରେ କେବିସି ପାଇଁ ସୁଟିଂ କାର୍ଯ୍ୟ ଆରମ୍ଭ କଲେ ଅମିତାଭ ବଚ୍ଚନ

indiatoday

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌କୁ ହରାଇ ସୁସ୍ଥ ହୋଇଛନ୍ତି ସୁପର୍‌ଷ୍ଟାର୍‌ ଅମିତାଭ ବଚ୍ଚନ। ବିଗ୍‌ ବି ସୁସ୍ଥ ହେବା ପରେ ପରେ ରିୟାଲିଟି ସୋ’ କୌନ୍‌ ବନେଗା କରୋଡପତି ପାଇଁ ସୁଟିଂ ଆରମ୍ଭ କରି ଦେଇଛନ୍ତିି। ୨୦୦୦ ମସିହାରେ ପ୍ରଥମେ ଆରମ୍ଭ ହୋଇଥିବା କେବିସିର ଦ୍ବାଦଶ ସଂସ୍କରଣ ପାଇଁ ସୁଟିଂ ଆରମ୍ଭ କରିଛନ୍ତି ବିଗ୍‌ ବି।

ଅମିତାଭ ତାଙ୍କ ସୁଟିଂ ସେଟ୍‌ର ଏକ ଫଟୋ ସେୟାର୍‌ କରି ଯାହା ଲେଖିଛନ୍ତି ତାହାର ସାରାଂଶ ହେଉଛି, ‘କାମକୁ ଫେରିଛି, ନୀଳ ପିପିଇ କିଟ୍‌ ପିନ୍ଧି। ୨୦୦୦ ମସିହାରେ ଆରମ୍ଭ ହୋଇଥିବା କେବିସିର ଏବେ ୧୨ତମ ସଂସ୍କରଣ ସୁଟିଂ ଚାଲିଛି।’

ନିକଟରେ ଅମିତାଭ ବଚ୍ଚନ କରୋନା ଭାଇରସରୁ ସୁସ୍ଥ ହୋଇଛନ୍ତି। ତାଙ୍କ ବ୍ଲଗରେ ସେ ଉଲ୍ଲେଖ କରିଛନ୍ତି ଯେ ସୁଟିଂ ବେଳେ ଟିମ୍‌ ସମସ୍ତ ସୁରକ୍ଷା ଓ ସାବଧାନତା ଅବଲମ୍ବନ କରୁଛି।

ସେ ତାଙ୍କ ବ୍ଲଗ୍‌ରେ ଆହୁରି ବି ଉଲ୍ଲେଖ କରିଛନ୍ତି କି ‘ସୁଟିଂ ସେଟ୍‌ରେ ବହୁତ ଧ୍ୟାନ ଏବଂ ଯତ୍ନ ନିଆଯାଉଛି। ସମସ୍ତ ସତର୍କତାର ଓ ଯତ୍ନର ସହ କାର୍ଯ୍ୟ କରାଯାଉଛି। ପୂର୍ବରୁ ମଧ୍ୟ ସତର୍କତା ଅବଲମ୍ବନ କରାଯାଉଥିଲା। ମାତ୍ର ଏଥର ଆହୁରି ଗମ୍ଭୀର ଭାବେ ସତର୍କତା ଅବଲମ୍ବନ କରାଯାଉଛି।’

ବିଗ୍ ବି ମେ ମାସରେ ଘରେ ରହି କେବିସି-୧୨ ସୁଟିଂ ଆରମ୍ଭ କରିଥିଲେ। ତେବେ ଜୁଲାଇରେ ସେ କରୋନା ଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ।

କିଛି ଦିନ ପୂର୍ବରୁ ସେ ସୂଚନା ଦେଇଥିଲେ ଯେ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରି ସେ କେବିସି ପାଇଁ ସୁଟିଂ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe