ନୂଆ ଜୋତା କିଣିଲେ ଅମିତାଭ ତକିଆ ତଳେ ରଖି କାହିଁକି ଶୋଉଥିଲେ ଜାଣନ୍ତୁ

Advertisment
ନୂଆ ଜୋତା କିଣିଲେ ଅମିତାଭ ତକିଆ ତଳେ ରଖି କାହିଁକି ଶୋଉଥିଲେ ଜାଣନ୍ତୁ

ନୂଆଦିଲ୍ଲୀ: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଆଉଟଫିଟଠାରୁ ନେଇ ଏସେସରିଜକୁ ଯୁବପିଢ଼ି ନକଲ କରି ଆସୁଛନ୍ତି। ଅମିତାଭ ବଚ୍ଚନଙ୍କ ପାଖରେ ଆଜି ଅନେକ ମହଙ୍ଗା-ମହଙ୍ଗା ପୋଷାକ, ଏସେସରିଜ ଓ ଫୁଟଓ୍ଵୟର ରହିଛି। କିନ୍ତୁ ଆପଣ ଜାଣନ୍ତି ବଲିଉଡ୍‌ର ଏହି ମହାନାୟକ ଏକଦା ନିଜ ନୂଆ ଜୋତାକୁ ତକିଆ ତଳେ ରଖି ଶୋଉ ଥିଲେ। ତେବେ ଏହି କଥା ହୁଏତ ଆପଣଙ୍କୁ ବିଶ୍ୱାସ ହେଉ ନଥିବ,କିନ୍ତୁ ଏହି କଥାକୁ ନିଜେ ଅମିତାଭ ନିକଟରେ ରିୟାଲିଟି ସୋ’ରେ କହିଛନ୍ତି।

ଅମିତାଭ ବଚ୍ଚନ ପୁଣିଥରେ ନିଜ ରିୟାଲିଟି ସୋ’ ଜରିଆରେ ଛୋଟପରଦାରେ ଦର୍ଶକଙ୍କ ମନରୋଞ୍ଜନ କରୁଛନ୍ତି। ଏହି କ୍ରମରେ ସେ ଏହି ରିୟାଲିଟି ସୋ’ରେ ତାଙ୍କର ଜଣେ ପ୍ରତିଯୋଗୀଙ୍କ ଜୀବନର ସଂଘର୍ଷ ଶୁଣି ଅମିତାଭ ବଚ୍ଚନ ନିଜ ଭାବନକୁ ବଖାଣିଥିଲେ।

publive-image

ସେ କଥା ହେଉ ହେଉ ନିଜ ପିଲା ଦିନର କଥାକୁ ମନେ ପକାଇ କହିଥିଲେ, ସେ ଜୀବନରେ ଅନେକ କଠିନ ପରିସ୍ଥିତି ଦେଇ ଗତି କରିଛନ୍ତି। ଏମିତି କି ତାଙ୍କ ପାଖରେ ସେତିକି ଅର୍ଥ ନଥିଲା କି ସେ ତାଙ୍କ କ୍ରିକେଟ ଟିମ୍‌ ପାଇଁ ୨ଟଙ୍କା ଦେଇ ପାରିବେ।

ନିଜ ପିଲାଦିନର ସଂଘର୍ଷକୁ ନେଇ ଅମିତାଭ କହନ୍ତି, ସ୍କୁଲରେ ପାଠପଢ଼ୁଥିବା ବେଳେ କ୍ରିକେଟ ଟିମ୍‌ ବନାଇଥିଲି। ଯାହାର ମେମ୍ବରସିପ୍‌ ପାଇବା ପାଇଁ ୨ଟଙ୍କା ଆବଶ୍ୟକତା ପଡ଼ିଥାଏ। ସେହି ସମୟରେ ପାଖରେ ୨ଟଙ୍କା ବି ନଥାଏ। କେବଳ ଏତିକି ନୁହେଁ ଯେବେବି ନୂଆ ଜୋତା କିଣିଥାଏ,ବହୁତ ଖୁସି ହୋଇଯାଇଥାଏ। ଏବଂ ତାହାକୁ ମୁଁ ତକିଆ ତଳେ ଦେଇ ଶୋଇଥାଏ।

ଏହାପୂର୍ବରୁ ଅମିତାଭ ବଚ୍ଚନ ନିଜ ସମ୍ପତ୍ତିକୁ ନେଇ ଏହି ସୋ’ରେ ଆଲୋଚନା କରିଥିଲେ। କି ତାଙ୍କ ସମ୍ପତ୍ତି ଉପରେ କେବଳ ପୁଅ ଅଭିଷେକଙ୍କ ଅଧିକାର ନାହିଁ। ତାଙ୍କ ସମ୍ପତ୍ତି ଦୁଇଭାଗ କରି ଝିଅ ଶ୍ୱେତାଙ୍କୁ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe