ବାତ୍ୟା ତୌତେ ପ୍ରଭାବରେ ହୋଇଥିବା ବର୍ଷା ହେତୁ ଜଳମଗ୍ନ ହେଲା ଅମିତାଭ ବଚ୍ଚନଙ୍କ କାର୍ଯ୍ୟାଳୟ

ବାତ୍ୟା ତୌତେ ପ୍ରଭାବରେ ହୋଇଥିବା ବର୍ଷା ହେତୁ ଜଳମଗ୍ନ ହେଲା ଅମିତାଭ ବଚ୍ଚନଙ୍କ କାର୍ଯ୍ୟାଳୟ

ମୁମ୍ବାଇ: ଗୁଜୁରାଟ ଓ ମହାରାଷ୍ଟ୍ରରେ ସାମୁଦ୍ରିକ ବାତ୍ୟା ତୌତେ ଅନେକ କ୍ଷୟକ୍ଷତି କରିଛି। ଏହାର ପ୍ରଭାବରେ ସୋମବାର ହୋଇଥିବା ପ୍ରବଳ ବର୍ଷା ହେତୁ ମୁମ୍ବାଇ ଜଳମଗ୍ନ ହୋଇଯାଇଛି।  ବଲିଉଡ ସେଲିବ୍ରିଟିମାନେ ସେମାନଙ୍କ ପ୍ରଶଂସକଙ୍କୁ ଘରେ ରହିବାକୁ କହୁଛନ୍ତି। ଏଭଳି ପରିସ୍ଥିତିରେ ଖବର ଆସିଛି କି ଅମିତାଭ ବଚ୍ଚନଙ୍କ କାର୍ଯ୍ୟାଳୟ ଜନକରେ ବର୍ଷାପାଣି ପସି ଯାଇଛି। ଏହାର ସୂଚନା ବିଗ ବି ନିଜ ବ୍ଲଗରେ ଦେଇଛନ୍ତି।

ଅମିତାଭ ବଚ୍ଚନଙ୍କ କାର୍ଯ୍ୟାଳୟ ପାଖରେ ତାଙ୍କ ଘର ଜଳସା ରହିଛି। ସେ ତାଙ୍କର ସମସ୍ତ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ଜନକରେ ହିଁ କରିଥାଆନ୍ତି। କେବଳ ଏତିକି ନୁହେଁ ସେ ତାଙ୍କ ଜିମ ବି ଏଠାରେ ହିଁ କରିଛନ୍ତି।

କାର୍ଯ୍ୟାଳୟରେ ପାଣି ଭରି ଯିବାକୁ ନେଇ ଅମିତାଭ ବଚ୍ଚନ କହିଛନ୍ତି, ମୋର କାର୍ଯ୍ୟାଳୟ ଜନକରେ ଚାରିଆଡେ ପାଣି ଭରି ଯାଇଛି। କାର୍ଯ୍ୟାଳୟରୁ ପାଣି ବାହାର କରିବାକୁ କର୍ମଚାରୀଙ୍କୁ ବହୁତ ଅସୁବିଧାର ସାମ୍ନାକୁ କରିବାକୁ ପଡ଼ିଛି। ସେମାନେ ପୂରାପୂରି ଭଜି ଯାଇଥିଲେ।

ବିଗ ବି ଆଗକୁ କହିଛନ୍ତି, ‘ବର୍ଷା ହେତୁ ଅନେକ ଗଛ ଓ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡ଼ିଛି। ଜନକରେ ଚାରିଆଡୁ ପାଣି ପଶି ଆସୁଛି। ବର୍ଷାରୁ ରକ୍ଷା ପାଇବା ପାଇଁ ଦିଆଯାଇଥିବା ପ୍ଲାଷ୍ଟିକ କଭର ପୂରାପୂରି ଫାଟି ଯାଇଛି। ଏଭଳି ପରିସ୍ଥିତିରେ କର୍ମଚାରୀମାନେ ହେଳା ନକରି ତାଙ୍କର କାମରେ ଲାଗି ପଡ଼ିଥିଲେ। ସେମାନେ ପିନ୍ଧିଥିବା ପୋଷାକ ବର୍ଷା ପାଣି ଭିଜି ଯାଇଥିଲା। ତେଣୁ ଏହାକୁ ବଦଳାଇବା ପାଇଁ ସେମାନଙ୍କୁ ଅମିତାଭ ଅଲମାରୀରୁ ପୋଷାକ ବାହାର କରି ଦେଇଥିଲେ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe