ଠିକ ଭାବେ ମସ୍ତିଷ୍କ କାମ କରୁନଥିବାରୁ ରାଜୁଙ୍କୁ ଭଏସ ମେସେଜ ପଠାଇଲେ ବିଗ୍ ବି, କହିଲେ...

Advertisment
ଠିକ ଭାବେ ମସ୍ତିଷ୍କ କାମ କରୁନଥିବାରୁ ରାଜୁଙ୍କୁ ଭଏସ ମେସେଜ ପଠାଇଲେ ବିଗ୍ ବି, କହିଲେ...

ମୁମ୍ବାଇ: ଲୋକପ୍ରିୟ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ବର୍ତ୍ତମାନ ଦିଲ୍ଲୀର ଏମ୍ସ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଅଗଷ୍ଟ ୧୦ ତାରିଖ ବୁଧବାର ଦିନ ସେ ହୃଦଘାତରେ ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏବେ ରାଜୁ ଶ୍ରୀବାସ୍ତବଙ୍କ ମସ୍ତିଷ୍କ ଠିକ୍ ଭାବରେ କାମ କରୁନଥିଲେ ବି ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିବା କୁହାଯାଉଛି। ଏଭଳି ସମୟ ମଧ୍ୟରେ ବିଗ୍ ବି ଅମିତାଭ ବଚ୍ଚନ ରାଜୁଙ୍କୁ ଏକ ଭଏସ ମେସେଜ ପଠାଇ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

ଭଏସ ମେସେଜରେ ବିଗ୍ ବି କହିଛନ୍ତି ଯେ, ଏହା ଯଥେଷ୍ଟ ରାଜୁ। ଏବେ ଉଠିଯାଅ ଏବଂ ଆମ ସମସ୍ତଙ୍କୁ ହସିବା ଶିଖାଅ। ତେବେ ବିଗ୍ ବିଙ୍କ ଏଭଳି ମେସେଜ ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ରାଜୁଙ୍କ କାନ ପାଖରେ ଏହି ଭଏସ ମେସେଜ ପ୍ଲେ କରାଯାଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ରାଜୁ ଶ୍ରୀବାସ୍ତବ ହୋଟେଲ ଜିମରେ ବ୍ୟାୟାମ କରୁଥିବା ବେଳେ ଏଭଳି ଘଟଣା ଘଟିଥିଲା। ସେ ରହୁଥିବା ହୋଟେଲର ଜିମକୁ ଯାଇ ଟ୍ରେଡମିଲରେ ଦୌଡ଼ୁଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଏବଂ କିଛି ସମୟ ପରେ ସେ ତଳେ ପଡ଼ିଯାଇଥିଲା। ଏହା ପରେ ରାଜୁ ଶ୍ରୀବାସ୍ତବଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ରାଜୁଙ୍କ ଜିମ୍ ପ୍ରଶିକ୍ଷକ ତାଙ୍କୁ ଏମ୍ସ ନେଇଥିବା ବେଳେ ତାଙ୍କ ହୃଦୟକୁ ପୁନଃ ସ୍ଥାପିତ କରିବା ପାଇଁ ଦୁଇଥର ସିପିଆର ଦିଆଯାଇଥିଲା। ସେବେଠାରୁ ସେ ଅଚେତ ଅବସ୍ଥାରେ ରହିଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ବି‌ଶେଷ ସୁଧାର ଆସିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe