oneindia.com
ମୁମ୍ବାଇ: ଏଇ କିଛି ଦିନ ହେବ ନିଜର ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚର୍ଚ୍ଚାରେ ରହିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ। ବାରମ୍ବାର ଦେହ ଖରାପ ହେଉଥିବା ହେତୁ ତାଙ୍କୁ ଡାକ୍ତରଖାନା ଯିବାକୁ ପଡ଼ୁଛି। ଏ ନେଇ ତାଙ୍କ ପ୍ରଶଂସକଙ୍କ ସମେତ ତାଙ୍କ ପରିବାର ଲୋକେ ମଧ୍ୟ ଚିନ୍ତାରେ ଅଛନ୍ତି। କିନ୍ତୁ ବିଗ୍ ବି ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ସତ୍ତ୍ବେ ମଧ୍ୟ କାମ କରି ଚାଲିଥିବା ଦେଖାଯାଇଛି। ଗତକାଲି ସେ ୧୮ଘଣ୍ଟା କାମ କରିଥିବାର ଖବର ସାମ୍ନାକୁ ଆସିଥିଲା। ଯାହା ପରେ ବିଗ୍ ବି ନିଜ କାମକୁ ନେଇ କେତେ ନିଷ୍ଠାବାନ, ତା’ ଉପରେ ଲୋକେ ଚର୍ଚ୍ଚା କରିବା ଆରମ୍ଭ କରିଥିଲେ। ଏବେ କିଛି ଦିନ ତଳେ ଡାକ୍ତରଖାନା ବେଡରୁ ନିଜର ଫଟୋ ଟୁଇଟ୍ କରି ନିଜର ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ଜଣାଇଥିବା ବେଳେ ଏବେ ସେ ନିଜ ପୁଅ ଅଭିଷେକ ବଚ୍ଚନଙ୍କ ଏକ ପୁରୁଣା ଚିଠିକୁ ଟୁଇଟ୍ କରିଛନ୍ତି।
ଟୁଇଟର କ୍ୟାପସନରେ ଲେଖାଯାଇଛି କି, ଅଭିଷେକ ଏ ଚିଠି ସେତେବେଳେ ଲେଖିଥିଲେ, ଯେତେବେଳେ ମୁଁ ଲମ୍ବା ସୁଟିଂ ପାଇଁ ବାହାରେ ରହୁଥିଲି। ତେବେ ଅଭିଷେକ ବିଗ୍ ବିଙ୍କ ପାଇଁ ଲେଖିଥିବା ଚିଠିରେ ଲେଖାଯାଇଛି କି, ପ୍ରିୟ ବାପା, ଆପଣ କେମିତି ଅଛନ୍ତି? ମୁଁ ଆପଣଙ୍କୁ ବହୁତ ମନେ ପକାଉଛି। ଆପଣ ଘରକୁ ଶୀଘ୍ର ଆସିଯିବେ। ମୁଁ ଆପଣଙ୍କ ଖୁସି ପାଇଁ ପ୍ରାର୍ଥନା କରୁଛି। ବାପା ଭଗବାନ ଆମର ପ୍ରାର୍ଥନା ଶୁୁଣୁଛନ୍ତି। ଆପଣ ଚିନ୍ତା କରନ୍ତୁ ନାହିଁ। ମୁଁ ମା’, ଶ୍ବେତା ଦିଦି ଏବଂ ଘରର ଦେଖାଶୁଣା କରୁଛି। ଆଇ ଲଭ୍ ୟୁ ବାପା। ତୁମର ଡାର୍ଲିଙ୍ଗ ପୁଅ ଅଭିଷେକ।
Follow Us