୭୦ବର୍ଷ ତଳର ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଚକିତ କଲେ ବିଗବି

Advertisment
୭୦ବର୍ଷ ତଳର ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଚକିତ କଲେ ବିଗବି

ନୂଆଦିଲ୍ଲୀ: ଫିଲ୍ମ ଇଣ୍ଡଷ୍ଟ୍ରିର ସମ୍ରାଟ ଭାବରେ ବିବେଚିତ ହୋଇଥିବା ବିଗ୍ ବି ଅର୍ଥାତ୍ ଅମିତାଭ ବଚ୍ଚନ ଅଗଷ୍ଟ ୧ ତାରିଖରେ ଏକ ପୋଷ୍ଟ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ।

ବିଗ ବି ସୋସିଆଲ ମିଡିଆରେ ତାଙ୍କ ସ୍କୁଲ ଦିନର ଏକ ଗ୍ରୁପ ଫଟୋ ସେୟାର କରିଛନ୍ତି। ଏହି ଗ୍ରୁପ୍ ଫଟୋ ଉପରେ ଦିଆଯାଇଥିବା ସୂଚନାରୁ ଜଣାପଡ଼ିଛି  ଅମିତାଭ ବଚ୍ଚନ କୌଣସି ଇଣ୍ଟର ଟ୍ରୁପ୍ ଚ୍ୟାଲେଞ୍ଜ ସିଲ୍ଡ ଜିତିବା ପରେ ସ୍କୁଲକୁ ଫେରିଛନ୍ତି। ଏହାପରେ ସମସ୍ତେ ଖୁସିରେ ଏକାସହିତ ଫଟୋ ଉଠାଇଛନ୍ତି।

ଆପଣ ଏହି ଗ୍ରୁପ୍ ଫଟୋରେ ବିଗ୍ ବିଙ୍କୁ ଚିହ୍ନି ପାରୁଛନ୍ତି? ଯଦି ନା ତେବେ ଆପଣ ଫଟୋର ଡାହାଣ ପାର୍ଶ୍ୱକୁ ଦେଖନ୍ତୁ। ବିଗ୍ ବି ଉପର ଦ୍ୱିତୀୟ ଧାଡିର ଚତୁର୍ଥ ସ୍ଥାନରେ ବସିଛନ୍ତି। ତେବେ ହଠାତ ଅମିତାଭ ବଚ୍ଚନ ୭୦ବର୍ଷ ତଳର ଏଭଳି  ସ୍କୁଲ ଫଟୋ କାହିଁକି ସେୟ‌ାର କରିଛନ୍ତି ସେ‌ନେଇ କିଛି ସ୍ପଷ୍ଟ ସୂଚନା ଦେଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe