Dainik Bhaskar
ନୂଆଦିଲ୍ଲୀ: ବଲିଉଡ୍ ମେଗାଷ୍ଟାର ଅମିତାଭ ବଚ୍ଚନ ସମ୍ପ୍ରତି ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରହିଛନ୍ତି। ସେ ତାଙ୍କର ପ୍ରଶଂସକ ସହ ଅନେକ କଥା ଆଲୋଚନା କରୁଥିବା ଦେଖିବାକୁ ମିଳିଛି। ନିକଟରେ ବିଗ୍ ବିଙ୍କ ଲ୍ୟାପଟପ୍ ଖରାପ ହୋଇଯାଇଥିଲା, ଏହାର ସୂଚନା ବି ସେ ନିଜର ପ୍ରଶଂସକମାନଙ୍କୁ ଦେଇଥିଲେ। ଏହି କ୍ରମରେ ଅମିତାଭ ଲକ୍ଡାଉନ୍ ସମୟର ଅନୁଭବକୁ ଟୁଇଟରରେ ବଖାଣିଛନ୍ତି। ଲାକ୍ଡାଉନ୍ ସମୟରେ ଯାହା ସବୁ ଶିକ୍ଷା କରିଛନ୍ତି, ସେ ତାଙ୍କର ୭୮ବର୍ଷ ଜୀବନରେ ତାହା ରଖି ପାରି ନଥିଲେ କି ବୁଝି ପାରି ନଥିଲେ ବୋଲି କହିଛନ୍ତି ଅମିତାଭ ବଚ୍ଚନ।
ଏହି ପୋଷ୍ଟ ସହିତ ବିଗ୍ ବି ଏକ ଫଟୋ ବି ସେୟାର କରିଛନ୍ତି। ଅମିତାଭଙ୍କ ଲକ୍ଡାଉନ୍ ଅନୁଭବ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
/sambad/media/post_attachments/ff2c1a651309c474dc0cd73b117d067a9063d6df8cf39f3121467aa0ab999cd6.jpg)
ତେବେ ଅମିତାଭ ବଚ୍ଚନ ପ୍ରବାସୀ ଶ୍ରମିକଙ୍କ ପାଇଁ ୧୦ଟି ବସ୍ର ବନ୍ଦବସ୍ତ କରିଛନ୍ତି। ଏହି ବସ୍ ଯୋଗେ ପାଖାପାଖି ୩୦୦ପ୍ରବାସୀଙ୍କୁ ଉତ୍ତରପ୍ରଦେଶର ବିଭନ୍ନ ସ୍ଥାନ ପହଞ୍ଚାଯିବ। ଏହି ସ୍ଥାନଗୁଡ଼ିକ ମଧ୍ୟରେ ଲକ୍ଷ୍ମୌ, ଆଲହାବାଦ, ଗୋରଖପୁର ଓ ଭଦୋହି ଆଦି ସାମିଲ ରହିଛି। ବିଗ୍ ବି ପ୍ରବାସୀ ଶ୍ରମିକମାନଙ୍କୁ ରାସ୍ନ୍, ସାନିଟାଇଜର୍ସ, ମାସ୍କ ଓ ଚପଲ ବି ଉପଲବ୍ଧ କରାଇଛନ୍ତି।
Follow Us