Free Press Journal
ମୁମ୍ବାଇ: ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନ ସବୁବେଳେ ବ୍ୟସ୍ତ ରହୁଥିବା କଳାକାରମାନଙ୍କ ମଧ୍ୟରୁ ଜଣେ। ୭୭ବର୍ଷରେ ପାଦ ଦେଇଥିଲେ ମଧ୍ୟ ସେ ଲଗାତାର କାମ କରି ଚାଲିଛନ୍ତି। କିନ୍ତୁ ଏଇ କିିଛି ଦିନ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ତାଙ୍କ ରାସ୍ତାର କଣ୍ଟା ପାଲଟିଛି। ବାରମ୍ବାର ତାଙ୍କର ଦେହ ଖରାପ ହେଉଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ୁଛି। ଗତକାଲି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପାଇଁ ସେ କୋଲକାତା ଫିଲ୍ମ ଫେଷ୍ଟିଭାଲକୁ ଯାଇ ପାରି ନଥିବା ଖବର ସାମ୍ନାକୁ ଆସିଥିଲା। ଏବେ ବିଗ୍ ବି ଡାକ୍ତରଖାନା ବେଡରୁ ନିଜର ଫଟୋ ଟୁଇଟ୍ କରିଛନ୍ତି। ଯେଉଁଥିରେ କେବଳ ତାଙ୍କର ପାଦ ଦେଖାଯାଉଛି।
ଟୁଇଟ୍ କରାଯାଇଥିବା ଫଟୋରେ ଲେଖାଯାଇଛି କି, ପାଦରେ ମୋଜା ଓ ପ୍ରିମିୟର ଲିଗ୍....ସାରା ଦିନ। ତେବେ ବିଗ୍ ବିଙ୍କ ଏଭଳି ଟୁଇଟ୍ ପରେ ତାଙ୍କ ପ୍ରଶଂସକମାନେ ଚିନ୍ତାରେ ପଡ଼ିଛନ୍ତି। ଏଭଳି ଫଟୋ ଦେଖି ସମସ୍ତେ ତାଙ୍କ ସୁସ୍ଥ ସ୍ବାସ୍ଥ୍ୟ ପାଇଁ ଭଗବାନଙ୍କ ଆଗରେ ପ୍ରାର୍ଥନା କରିବାରେ ଲାଗିଛନ୍ତି। ଜଣେ ବ୍ୟବହାରକାରୀ, ଆପଣଙ୍କ ସ୍ବାସ୍ଥ୍ୟାବସ୍ଥା କେମିତି ରହିଛି? ଦୟାକରି ନିଜର ଧ୍ୟାନ ରଖନ୍ତୁ ବୋଲି ଲେଖିଥିବା ବେଳେ ଆଉ ଜଣେ ବ୍ୟବହାରକାରୀ, ଆପଣଙ୍କୁ ବହୁତ ସାରା ଭଲ ପାଇବା। ଖୁବ୍ ଶୀଘ୍ର ଠିକ୍ ହୋଇ ଯାଆନ୍ତୁ ବୋଲି ଲେଖିଛନ୍ତି।
Follow Us