ଶ୍ୱଶୁରଙ୍କ ଶୋକସଭାରେ ହସୁଥିବା ନଜର ଆସିଲେ ଅମିତାଭ ବଚ୍ଚନଙ୍କ ଝିଅ! ଫଟୋ ଭାଇରାଲ ପରେ ଶୋକ ନୁହେଁ, ପାର୍ଟି ଚାଲିଛି ବୋଲି କହିଲେ ଲୋକେ

ଶ୍ୱଶୁରଙ୍କ ଶୋକସଭାରେ ହସୁଥିବା ନଜର ଆସିଲେ ଅମିତାଭ ବଚ୍ଚନଙ୍କ ଝିଅ! ଫଟୋ ଭାଇରାଲ ପରେ ଶୋକ ନୁହେଁ, ପାର୍ଟି ଚାଲିଛି ବୋଲି କହିଲେ ଲୋକେ

bollywood.bhaskar.com

ମୁମ୍ବାଇ : ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସମୁଦି ତଥା ଏସ୍କଟ୍‌ ଗ୍ରୁପ୍‌ର ମାଲିକ ରାଜନ ନନ୍ଦାଙ୍କ ବିୟୋଗ ପରେ ଗତ ମଙ୍ଗଳବାର ତାଙ୍କ ଘରେ ଶୋକସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ବଚ୍ଚନ ପରିବାର ଏବଂ ନନ୍ଦା ପରିବାରଙ୍କୁ ଏକାଠି ଦେଖିବାକୁ ମିଳିଥିଲା । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ଥିଲା ଅଭିଷେକ ଏବଂ ଶ୍ୱେତାଙ୍କ ପ୍ରତିକ୍ରିୟା । ଅଭିଷେକ ଶୋକସଭାକୁ ଯାଇ ଶ୍ୱେତାଙ୍କୁ ଭେଟିବା ପରେ ଦୁହେଁ ହସୁଥିବାର ନଜର ଆସିଥିଲେ । ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

publive-image bollywood.bhaskar.com

ଏହି ଫଟୋ ଭାଇରାଲ ହେବା ପରେ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି । କେବଳ ଶ୍ୱେତା ନୁହନ୍ତି ତାଙ୍କ ଝିଅ ନବ୍ୟା ନବେଲି ନନ୍ଦା ମଧ୍ୟ ଖୁସିଥିବା ଜଣା ପଡ଼ୁଛନ୍ତି । ରାଜନ ନନ୍ଦାଙ୍କ ବିୟୋଗର ଦୁଃଖ ସେମାନଙ୍କ ମୁହଁରେ ନଜର ଆସୁ ନଥିଲା । ଫଟୋକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଜୋରସୋରରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । କିଛି ଲୋକ ଶୋକସଭା ନାଁ ପାର୍ଟି ଚାଲିଛି ବୋଲି ପଚାରିଥିବା ବେଳେ କିଛି ଏମାନଙ୍କ ପାଇଁ ଶୋକସଭା ପାର୍ଟି ବୋଲି ଲେଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe