ପୁଣି ବିଗିଡ଼ିଲା ସ୍ବାସ୍ଥ୍ୟାବସ୍ଥା: ରାଷ୍ଟ୍ରୀୟ ପୁରସ୍କାର ସମାରୋହରେ ଯୋଗ ଦେଇ ପାରିବି ନାହିଁ ବୋଲି ଟୁଇଟ୍ କଲେ ବିଗ୍ ବି

ପୁଣି ବିଗିଡ଼ିଲା ସ୍ବାସ୍ଥ୍ୟାବସ୍ଥା: ରାଷ୍ଟ୍ରୀୟ ପୁରସ୍କାର ସମାରୋହରେ ଯୋଗ ଦେଇ ପାରିବି ନାହିଁ ବୋଲି ଟୁଇଟ୍ କଲେ ବିଗ୍ ବି

Times of India

ନୂଆଦିଲ୍ଲୀ: ବିଗ୍ ବି ଅମିତାଭ ବଚ୍ଚନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପୁଣି ଥରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ଖବର ଆସିବା ପରେ ପ୍ରଶଂସକଙ୍କମାନେ ତାଙ୍କର ସୁସ୍ଥ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରିବା ଆରମ୍ଭ କରିଛନ୍ତି। ହଠାତ୍ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଡିସେମ୍ବର ୨୩ରେ ହେବାକୁ ଥିବା ରାଷ୍ଟ୍ରୀୟ ପୁରସ୍କାର ସମାରୋହରେ ସେ ଯୋଗ ଦେଇ ପାରିବେ ନାହିଁ। ଏ ନେଇ ନିଜେ ବିଗ୍ ବି ଟୁଇଟ୍ କରି ଜଣାଇଛନ୍ତି।

ଟୁଇଟରେ ଲେଖାଯାଇଛି କି, ଦେହ ଖରାପ ଲାଗୁଛି। ଯାତ୍ରା କରି ପାରିବି ନାହିଁ। ଦିଲ୍ଲୀରେ ଆସନ୍ତାକାଲି ହେବାକୁ ଥିବା ରାଷ୍ଟ୍ରୀୟ ପୁରସ୍କାର ସମାରୋହରେ ଯୋଗ ଦେଇ ପାରିବି ନାହିଁ। ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ସ୍ବାସ୍ଥ୍ୟ ସମସ୍ୟା ପାଇଁ ବିଗ୍ ବି ଅନେକ ଆୱାର୍ଡ ସୋ’କୁ ଚାହି ବି ଯାଇ ପାରି ନାହାନ୍ତି।

ସୂଚନା ମୁତାବକ, ଆସନ୍ତାକାଲି ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯିବ। ଫିଲ୍ମ ଉଦ୍ୟେଗରେ ଅମିତାଭ ବଚ୍ଚନଙ୍କର ଯେଉଁ ଯୋଗଦାନ ରହିଛି, ତାହାକୁ ଆଖି ଆଗରେ ରଖି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବାକୁ ଥିବା ବେଳେ ସ୍ବାସ୍ଥ୍ୟ ସମସ୍ୟା ପାଇଁ ବିଗ୍ ବି ସେଠାରେ ଉପସ୍ଥିତ ରହି ପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe