Bollywood Hungama
ମୁମ୍ବାଇ : ବଲିଉଡ୍ର ଶେହେନ୍ଶାହା ଅମିତାଭ ବଚ୍ଚନ ଆଜି ୭୬ବର୍ଷ ବୟସରେ ପାଦ ଦେଇଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ଘର ବାହାରେ ତାଙ୍କ ପ୍ରଶଂସକ ଭିଡ଼ ଜମିଥିବା ଦେଖା ଯାଇଥିଲା । ଅନେକ ମାତ୍ରାରେ ପ୍ରଶଂସକମାନେ ବିଗ୍ ବିଙ୍କ ଘର ବାହାରକୁ ଆସି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ବେଳେ ଜଣେ ପ୍ରଶଂସକ ‘ଠଗ୍ସ ଅଫ୍ ହିନ୍ଦୁସ୍ତାନ’ରେ ଥିବା ଅମିତାଭଙ୍କ ଲୁକ୍ରେ ଆସି ‘ଖଇକେ ପାନ ବନାରସ ଓ୍ଵାଲା’ ଗୀତରେ ନାଚିଥିଲେ ।
/sambad/media/post_attachments/wp-content/uploads/2018/10/Amitabh-Bachchan-photo_d_d-300x197.jpg) Mid-Day
 Mid-Dayପ୍ରଶଂସକମାନେ ବିଗ୍ ବିଙ୍କ ଜନ୍ମଦିନକୁ ପାଳନ କରିବାରେ କୌଣସି କମି ରଖି ନ ଥିବା ବେଳେ ଚଳିତ ବର୍ଷ ବିଗ୍ ବି ଧୁମ୍ଧାମ୍ରେ ନିଜ ଜନ୍ମଦିନ ପାଳନ କରିନାହାନ୍ତି ବୋଲି ଜଣାପଡ଼ିଛି । ଏହା ପଛରେ ବଲିଉଡ୍ କଳାକାରଙ୍କ ନିଧନ ଏବଂ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାର କାରଣ ରହିଛି ବୋଲି ସୂଚନା ମିଳିଛି । କିଛି ଦିନ ତଳେ ତାଙ୍କ ସମୁଦୀ ରାଜନ ନନ୍ଦାଙ୍କ ଦେହାନ୍ତ ପରେ କୃଷ୍ଣା କପୁରଙ୍କ ଦେହାନ୍ତ ହେବା ପରେ ଏବେ ଋଷି କପୁରଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ବିଗ୍ ବି ଏହି ନିଷ୍ପତ୍ତିି ନେଇଥିବା ଜଣାପଡ଼ିଛି ।
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2018/10/No-birthday-celebrations-for-Amitabh-Bachchan-this-year.jpg)