ଲକ୍ଷ୍ନୌରେ ଜମି କିଣିଲେ ବିଗ୍‌ ବି ଅମିତାଭ ବଚ୍ଚନ, ଜାଣନ୍ତୁ କେତେ ରହିଛି ଦାମ୍‌?

Advertisment
ଲକ୍ଷ୍ନୌରେ ଜମି କିଣିଲେ ବିଗ୍‌ ବି ଅମିତାଭ ବଚ୍ଚନ, ଜାଣନ୍ତୁ କେତେ ରହିଛି ଦାମ୍‌?

timesofindia.indiatimes.com

ଲକ୍ଷ୍ନୌ : ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ଲକ୍ଷ୍ନୌରେ ୨୫ବିଘା ଜମି କିଣିଥିବା ଜଣାପଡ଼ିଛି । ଲକ୍ଷ୍ନୌର କିଶାନ ପଥ ପାଖରେ ଥିବା ଏହି ଜମିର ଦାମ୍‌ ୧୪.୪କୋଟି ବୋଲି କୁହାଯାଉଛି । ପୂର୍ବରୁ ବିଗ୍‌ ବି କାକୋରୀରେ ୩୩ବିଘା ଜମି ମିଣିଥିଲେ । ଏବେ ୨୫ବିଘା ଜମି କିଣିବା ପରେ ତାହା ୫୮ବିଘାରେ ପହଞ୍ଚିିଛି । ଅଧିକାରୀମାନେ ଏହି ଖବରକୁ ଓପଚାରିକ ଭାବରେ ସ୍ପଷ୍ଟ କରୁ ନଥିବା ବେଳେ ସୂତ୍ର ଅନୁସାରେ ଜମି ରେଜିଷ୍ଟ୍ରି ହୋଇ ସାରିଥିବା ଜଣାପଡ଼ିଛି ।

publive-image bollywoodlife.com

ବିଗ୍‌ ବିଙ୍କ ପୂର୍ବରୁ ବଲିଉଡ୍‌ ଅଭିନେତା ଗୋବିନ୍ଦା ଏହି ଜମି କିଣିବା ପାଇଁ ପହଞ୍ଚିଥିଲେ । କିନ୍ତୁ ଦାମ୍‌ ଅଧିକ ହେବାରୁ ସେ କିଣି ପାରି ନ ଥିଲେ ।ତେବେ ସେ ଲକ୍ଷ୍ନୌରେ ନିଶ୍ଚୟ ଜମି କିଣିବେ ବୋଲି କହି ଯାଇଥିଲେ । ଏବେ ସେହି ଜମିକୁ ବିଗ୍‌ ବି କିଣିବାରେ ସଫଳ ହୋଇଛନ୍ତି । କିଛି ବର୍ଷ ହେଲା ବଚ୍ଚନ ପରିବାର ଜମି କଣିବାରେ ଲାଗିଥିବା ବେଳେ ଏହା ପୂର୍ବରୁ ଜୟା ବଚ୍ଚନ ନିଜ ନାଁରେ ୧୦ବିଘା ଜମି କିଣିଥିଲେ । ଅଭିଷେକ ମଧ୍ୟ ନିଜ ନାଁରେ ୧୦ବିଘା ଜମି କିଣିଥିବା ବେଳେ ୨୦୧୪ରେ ବିଗ୍‌ ବି ନିଜ ନାଁ ଦୁଇ ବିଘା ଜମି କିଣିଥିଲେ । ବିଗ୍‌ ବି ଯେଉଁ ୨୫ଏକରର ଜମି ଏବେ କିଣିଛନ୍ତି, ତାହା ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍‌ ପାଖରେ ଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe