ମୁମ୍ବାଇ: ବଚ୍ଚନ ପରିବାର ଏବଂ ସେମାନଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୀର୍ଘ ଦିନ ଧରି ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଐଶ୍ୱର୍ଯ୍ୟା ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନଙ୍କୁ ଛାଡପତ୍ର ଦେବାକୁ ଯାଉଛନ୍ତି ବୋଲି ଚାଲିଥିବା ଚର୍ଚ୍ଚା ଏକ ଗୁଜବ ବୋଲି ପ୍ରମାଣିତ ହୋଇଛି।
ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ଏବଂ ଝିଅ ଆରାଧ୍ୟା ବଚ୍ଚନଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଫଟୋଗୁଡ଼ିକରେ, ବାପ-ମା’ ଏମଂ ଝିଅ ତିନି ଜଣଙ୍କୁ ଏକାଠି ହସିବା ଏବଂ ହସୁଥିବା ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତିରେ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଦାମ୍ପତ୍ୟ ଜୀବନରେ ସବୁକିଛି ଠିକ୍ ଅଛି ବୋଲି କୁହାଯାଉଛି।
କେବିସି ୧୬ ସେଟରେ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କ ପରିବାର ଏବଂ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ବିଷୟରେ ଏକ ବିଶେଷ ମନ୍ତବ୍ୟ ଦେଇଛନ୍ତି। 'କୌନ ବନେଗା କୋରଡପତି ୧୬ରେ' ହୋଷ୍ଟ ଅମିତାଭ ବଚ୍ଚନ ଜଣେ ପ୍ରତିଯୋଗୀଙ୍କ ସହ ପାରିବାରିକ ସମ୍ପର୍କ ବିଷୟରେ କଥା ହୋଇଥିଲେ। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଯେତେବେଳେ ପ୍ରତିଯୋଗୀ ବିଗ୍ ବିଙ୍କୁ ପ୍ରେମ ବିବାହରେ ଥିବା ଅସନ୍ତୋଷ ବିଷୟରେ ପଚାରିଥିଲେ, ସେତେବେଳେ ସେ ଏପରି କିଛି ମନ୍ତବ୍ୟ ଦେଇଥିଲେ ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କେବିସି ୧୬ର ଚଳିତ ସପ୍ତାହର ଏପିସୋଡରେ ଅମିତାଭ ବଚ୍ଚନ ପୁଣି ଥରେ ଏପରି କିଛି କହିଛନ୍ତି ଯାହା ଦର୍ଶକଙ୍କ ହୃଦୟ ଜିତି ନେଇଛି।
ଅମିତାଭ ବଚ୍ଚନ କ୍ୟାମେରା ଆଗରେ ତାଙ୍କ ପରିବାରରେ ପ୍ରେମ ବିବାହ ଏବଂ ବିବାଦ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ଅମିତାଭ ବଚ୍ଚନ କହିଛନ୍ତି ଯେ, ତାଙ୍କ ଘରେ ବିଭିନ୍ନ ରାଜ୍ୟର ଲୋକ ଯୋଗ ଦେଇଛନ୍ତି। ଏହି ସମୟରେ ପ୍ରତିଯୋଗୀ ବିଗ୍ ବିଙ୍କୁ ମଧ୍ୟ କହିଥିଲେ ଯେ, ତାଙ୍କ ପ୍ରେମ ବିବାହ ନେଇ ଦାମ୍ପତ୍ୟ ଝଡ଼ ରହିଛି।
ଏହା ଉପରେ ବିଗ୍ ବି ପ୍ରତିଯୋଗୀଙ୍କୁ ଏକ ମଜାଳିଆ ଉତ୍ତର ଦେଇଥିଲେ। ଗୁଜରାଟର ବଡୋଦରା ନିବାସୀ ଅଶୁତୋଷ ସିଂ ଚଳିତ ସପ୍ତାହରେ କେବିସି ୧୬ରେ ପହଞ୍ଚିଛନ୍ତି। ପେଶା ଅନୁଯାୟୀ ଆଶୁତୋଷ ଜଣେ ସଫ୍ଟୱେର୍ ଡେଭଲପର୍। ସେ ପ୍ରକାଶ କରିଛନ୍ତି ଯେ, ଗତ ୫ବର୍ଷ ଧରି ତାଙ୍କ ପିତାମାତାଙ୍କ ସହ କଥାବାର୍ତ୍ତା କରିପାରୁ ନାହାନ୍ତି। ସେ କହିଥିଲେ ଯେ, ତାଙ୍କ ବିବାହ ଏକ ପ୍ରେମ ବିବାହ। ସେ ଚାହୁଁଥିଲେ ଯେ, ତାଙ୍କ ପିତାମାତା ତାଙ୍କୁ ବୁଝନ୍ତୁ ଏବଂ ତାଙ୍କ କଥା ଶୁଣନ୍ତୁ।
ଏହି ଅବସରରେ ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ପରିବାର ସଦସ୍ୟଙ୍କ ପ୍ରେମ ବିବାହ ବିଷୟରେ ଖୋଲାଖୋଲି ଭାବେ କହିଥିଲେ। ପ୍ରତିଯୋଗୀ ଆଶୁତୋଷଙ୍କ ସାମ୍ନାରେ ସେ କ୍ୟାମେରା ଆଗରେ କହିଥିଲେ, ଆମେ ଉତ୍ତରପ୍ରଦେଶର କିନ୍ତୁ ଆମ ପରିବାରରେ ବିବିଧତାର ଏକ ଉଦାହରଣ ଦେଖିବାକୁ ମିଳେ। ମୋ ପତ୍ନୀ ବଙ୍ଗାଳୀ, ମୋ ଭାଇ ଏକ ସିନ୍ଧି ପରିବାରରେ ବିବାହ କରିଥିଲେ।
AB toh aaj full masti wale mood mein hai!
— sonytv (@SonyTV) December 9, 2024
Dekhiye #KaunBanegaCrorepati, Mon-Fri raat 9 baje, sirf #SonyEntertainmentTelevision par.@SrBachchan #KBConSonyTV #KBC16 #KBC2024 #SonyTV #KBC #MastiWithAB pic.twitter.com/TPNeZ3eJU6
ଅମିତାଭ ବଚ୍ଚନ ଆହୁରି କହିଥିଲେ ମୋ ଝିଅ ପଞ୍ଜାବୀ ପରିବାରରେ ବିବାହ କରିଥିଲେ ଏବଂ ମୋ ପୁଅ ତାଙ୍କ ବୋହୂ ଆଣିବା ପାଇଁ ମାଙ୍ଗାଲୋରରେ ମଧ୍ୟ ପହଞ୍ଚିଥିଲେ। ମୋ ବାପା ସବୁବେଳେ କହୁଥିଲେ ଯେ, ଆମେ ଦେଶର କୋଣ ଅନୁକୋଣରୁ ବୋହୂ ଆଣିଛୁ। ଆମର ବୋହୂ ଐଶ୍ୱର୍ଯ୍ୟା ରାୟ ମାଙ୍ଗାଲୋରର ଏବଂ ଆମ ପୁଅ ତାଙ୍କୁ ଭଲ ପାଉଥିଲେ।
ଅଧିକ ପଢ଼ନ୍ତୁ: ୨୦୨୪ରେ ରେକର୍ଡ ଭାଙ୍ଗିଛି ତାତି: ବଢ଼ାଇଛି ପ୍ରାକୃତିକ ବିପର୍ଯ୍ୟୟ ଆଶଙ୍କା
ଅମିତାଭ ବଚ୍ଚନ କ୍ୟାମେରା ଆଗରେ କହିଥିଲେ, ଆମ ପରିବାରରେ କୌଣସି ବନ୍ଧନ ନ ଥିଲା, କିନ୍ତୁ ପ୍ରେମ ଏବଂ ବୁଝାମଣା ଥିଲା ଯାହା ସମ୍ପର୍କକୁ ମଜବୁତ କରିଥାଏ।
ସୂଚନାଯୋଗ୍ୟ, ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ଛାଡପତ୍ର ହେବାର ଗୁଜବ ଥମିଥିବାବେଳେ ଅମିତାଭ ବଚ୍ଚନଙ୍କ ଏହି ବିବୃତି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଅଧିକ ପଢ଼ନ୍ତୁ: ଲାଲୁଙ୍କ ରାଜନୀତି: ମମତା ଦିଦିଙ୍କ କାନ୍ଧରେ ବନ୍ଧୁକ ରଖି କଂଗ୍ରେସକୁ ଗୁଳି