ଯୋଧପୁରରେ ପହଞ୍ଚିଲେ ଅମିତାଭ ବଚ୍ଚନଙ୍କ ଡାକ୍ତରୀ ଟିମ

Advertisment
ଯୋଧପୁରରେ ପହଞ୍ଚିଲେ ଅମିତାଭ ବଚ୍ଚନଙ୍କ ଡାକ୍ତରୀ ଟିମ

photo-ians.

ମୁମ୍ବାଇ:ବଲିଉଡର ବିଗ୍‌ ବି ଅମିତାଭ ବଚ୍ଚନ ଅସୁସ୍ଥ ହେବା ପରେ ତାଙ୍କୁ ଚିକିତ୍ସା କରୁଥିବା ଏକ ଡାକ୍ତରୀ ଟିମ ଏବେ ଯୋଧପୁରଠାରେ ପହଞ୍ଚିଛନ୍ତି। ସେମାନେ ଅଜିତ ଭବନରେ ଅମିତାଭଙ୍କର ଚିକିତ୍ସା କରିବେ ବୋଲି ଜଣାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ଅମିତାଭ ବଚ୍ଚନ ଅସୁସ୍ଥ ଅନୁଭବ କରୁଥିବା ନିଜ ବ୍ଲଗରେ ଲେଖିଛନ୍ତି । ଆଜି ପ୍ରାୟ ସକାଳ ୫ଟାରେ ସେ ବ୍ଲଗରେ ଏ କଥା ଲେଖିଥିଲେ ଓ ଡାକ୍ତରୀ ଟିମ ଯୋଧପୁର ଆସୁଥିବା କହିଥିଲେ । ଫିଲ୍ମର ଏକ ଯୁଦ୍ଧ ଦୃଶ୍ୟରେ ଓଜନିଆ କଷ୍ଟ୍ୟୁମ ପିନ୍ଧିଥିବାରୁ ସେ କ୍ଲାନ୍ତ ଅନୁଭବ କରୁଥିବା ଲେଖିଥିଲେ ବିଗ ବି । ଏହି ଖବର ପରେ ଏକ ସ୍ୱତନ୍ତ୍ର ବିମାନରେ ତାଙ୍କୁ ମୁମ୍ବାଇ ଅଣାଯାଉଛି ।

publive-image photo-zeenews

ଫିଲ୍ମ ଠଗସ ଅଫ ହିନ୍ଦୋସ୍ଥାନର ସୁଟିଂ ପାଇଁ କିଛି ଦିନ ହେଲା ଅମିତାଭ ରାଜସ୍ଥାନର ଯୋଧପୁରରେ ଅଛନ୍ତି । କିଛି ଦିନ ତଳେ ସେ ସୁଟିଂ ପାଇଁ ଯୋଧପୁର ଯାଇଥିଲେ ଓ ସେହି ସମୟରୁ ହିଁ ସେ ସାମାନ୍ୟ ଅସୁସ୍ଥ ଥିବା କୁହାଯାଉଥିଲା । ଫଳରେ ସୁଟିଂ ଛଡା ଅନ୍ୟ ସମୟରେ ସେ ପ୍ରାୟ ବିଶ୍ରାମ ନେଉଥିଲେ । ଗତ ସପ୍ତାହରେ ମୁମ୍ବାଇର କୋକିଳାବେନ ହସପିଟାଲରେ ଅମିତାଭ ବଚ୍ଚନକୁ ଭର୍ତ୍ତି କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe