ଜୟାଙ୍କୁ ପ୍ରେମପତ୍ର ପଠାଉଥିଲେ ଅମିତାଭ

ଜୟାଙ୍କୁ ପ୍ରେମପତ୍ର ପଠାଉଥିଲେ ଅମିତାଭ

Dainik Bhaskar

ଦିଗ୍‌ଗଜ୍‌ ଅଭିନେତ୍ରୀ ଜୟା ବଚ୍ଚନଙ୍କୁ ବିବାହ ପୂର୍ବରୁ ଢେର୍‌ ସାରା ପ୍ରେମ ପତ୍ର ପଠାଉଥିଲେ ବିଗ୍‌ ବି ଅମିତାଭ ବଚ୍ଚନ। କେବିସିର ବୁଧବାର ଏପିସୋଡ୍‌‌ରେ ବିଗ୍‌ ବି ନିଜେ ଏକଥା କହିଛନ୍ତି। ଏଥିସହ ତାଙ୍କ ବିବାହର କାହାଣୀ ମଧ୍ୟ ଦର୍ଶକଙ୍କ ସହ ସେୟାର କରିଛନ୍ତି।

ବିଗ୍‌ ବି ହଟ୍‌ସିଟ୍‌ରେ ବସିଥିବା ଦୁଗ୍ଧ ବ୍ୟବସାୟୀ ଯୋଗେଶଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ଆମ ବିବାହ କାହାଣୀ ସମସ୍ତଙ୍କୁ ଜଣା। ଆମେ ସାଙ୍ଗମାନେ ନିଷ୍ପତ୍ତି ନେଇଥିଲୁ ଯେ, ଯଦି ଆମର ଆଗାମୀ ଚଳଚ୍ଚିତ୍ର ହିଟ୍‌ ହୁଏ ତେବେ ଆମେ ବିଦେଶ ଭ୍ରମଣରେ ଯିବା। ସୌଭାଗ୍ୟବଶତଃ ଚଳଚ୍ଚିତ୍ରଟି ସୁପରହିଟ୍‌ ହୋଇଥିଲା। ଏଣୁ ସେ ବିଦେଶ ଯିବାକୁ ପିତା ହରିବଂଶ ରାୟବଚ୍ଚନଙ୍କ ଅନୁମତି ନେଇଥିଲେ। ସ୍ବର୍ଗତ ରାୟବଚ୍ଚନ ସେତେବେଳେ ଅମିତାଭଙ୍କୁ ପଚାରିଥିଲେ ତୁମ ସହ ଜୟା ବି ବିଦେଶ ଭ୍ରମଣରେ ଯିବେ କି? ଅମିତାଭ ହଁ କରିଥିଲେ। ଏହାପରେ ଅମିତାଭଙ୍କ ପିତା କହିଥିଲେ, ତୁମେ ଦୁହେଁ ଏକାଠି ବିଦେଶ ଭ୍ରମଣରେ ଯାଇପାରିବ। କିନ୍ତୁ ଏହା ପୂର୍ବରୁ ଉଭୟଙ୍କୁ ବିବାହ କରିବାକୁ ହେବ। ଏହା ପରଦିନ ହିଁ ଅମିତାଭ ଓ ଜୟାଙ୍କ ବିବାହ ହୋଇଥିଲା ଓ ସମସ୍ତେ ମିଶି ବିଦେଶ ଭ୍ରମଣ‌‌‌‌‌‌‌ରେ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe