କେଉଁ ନାୟିକାଙ୍କ ସହ ସବୁଠାରୁ ବେଶୀ ସିନେମାରେ କାମ କରିଛନ୍ତି ଅମିତାଭ ବଚ୍ଚନ ?

Advertisment
କେଉଁ ନାୟିକାଙ୍କ ସହ ସବୁଠାରୁ ବେଶୀ ସିନେମାରେ କାମ କରିଛନ୍ତି ଅମିତାଭ ବଚ୍ଚନ ?

photo-static.newsx.com

ମୁମ୍ବାଇ: ବଲିଉଡର ଶେହେନଶାହା ଅମିତାଭ ବଚ୍ଚନ ତାଙ୍କର ସୁଦୀର୍ଘ କ୍ୟାରିଅର୍‌ ଭିତରେ ଅଧିକାଂଶ ନାମୀଦାମୀ ନାୟିକାଙ୍କ ସହ କାମ କରିଛନ୍ତି। ହେଲେ ଆପଣ ଜାଣନ୍ତି କି ଏମାନଙ୍କ ଭିତରୁ କାହା ସହ ସବୁଠାରୁ ବେଶୀ ସିନେମାରେ କାମ କରିଛନ୍ତି। ସେ ହେମାମାଳିନୀ, ରେଖା, ନୀତୁ ସିଂହଙ୍କଠାରୁ ଆରମ୍ଭ କରି ମିନାକ୍ଷୀ ଶେଷାଦ୍ରୀଙ୍କ ଯାଏଁ ନାୟିକାଙ୍କ ବିପକ୍ଷରେ ନାୟକ ବନିଛନ୍ତି ।

ସତୁରି ଦଶକର ଏକ ଲୋକପ୍ରିୟ ଯୋଡି ହେଲେ ଅମିତାଭ ବଚ୍ଚନ-ହେମାମାଳିନୀ। ଏହି ଯୋଡି ଏଯାବତ୍‌ ୧୬ ଟି ସିନେମାରେ ନଜର ଆସିଛନ୍ତି । ଏହି ଫିଲ୍ମ ଗୁଡିକ ହେଲା ଗରମ ମସଲା, ଗହରୀ ଚାଲ୍‌ , କୁଆଁରା ବାପ୍‌ , ଦୋସ୍ତ, କସୌଟି, ଶୋଲେ, ତ୍ରିଶୂଲ, ଦୋ ଔର୍‌ ଦୋ ପାଞ୍ଚ , ନସିବ୍‌ , ସତ୍ତେ ପେ ସତ୍ତା, ଦେଶ୍‌ ପ୍ରେମୀ, ବାବୁଲ୍‌ , ବାଗବାନ୍‌ , ବୀର-ଜାରା, ଆରକ୍ଷଣ ଓ ବୁଢା ହୋଗା ତେରା ବାପ୍‌ ଆଦି ।

publive-image photo-indiatoday

ଅପରପକ୍ଷରେ ଅମିତାଭ ବଚ୍ଚନ-ରେଖାଙ୍କ ଯୋଡିକୁ ୧୨ ଟି ହିନ୍ଦୀ ସିନେମାରେ ଦେଖିଛନ୍ତି ଦର୍ଶକ । ଏହି ଫିଲ୍ମ ଗୁଡିକ ହେଲା ନମକ ହାରାମ୍‌ , ଆଳାପ୍‌ , ଦୋ ଅନ୍‌ଜାନେ, ଇମାନ୍‌ ଧରମ୍‌ , ଖୁନ୍‌ ପସିନା, ରାମ ବଲରାମ୍‌ , ଗଙ୍ଗା କି ସୌଗନ୍ଧ, ମୁକଦ୍ଦର୍‌ କା ସିକନ୍ଦର, ସିଲସିଲା, ମିଷ୍ଟର ନଟବରଲାଲ୍‌ , ସୁହାଗ୍‌ ଓ ଚଷମେଁ ବଦୁର୍‌ ଇତ୍ୟାଦି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe